Spread the love

ନାଗପୁର : ସାମ୍ନାକୁ ଆସିଛି ଗୋଟିଏ ବିରଳ ଘଟଣ। ମଦ ପିଇବା ବେଳେ ଭଏଗ୍ରା ବଟିକା ଖାଇ ଜଣେ ୪୧ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମଦ ପିଉଥିବା ବେଳେ ବ୍ୟକ୍ତି ଜଣଙ୍କ ଦୁଇଟି ଭାଏଗ୍ରା ବଟିକା ଖାଇ ଦେଇଥିଲେ। ଏହାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଛି। କେମିକାଲ ରିଆକ୍ସନ ପାଇଁ ତାଙ୍କ ମସ୍ତିସ୍କ ଭିତରେ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ଏହି କାରଣ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି।
ନାଗପୁରର ଜଣେ ବ୍ୟକ୍ତି ଏପରି ବିରଳ ଘଟଣାରେ ପ୍ରାଣ ହରାଇଥିବା ବେଳେ ରିସର୍ଚ୍ଚରମାନେ ବିଭିନ୍ନ ପରୀକ୍ଷା କରି ରିପୋର୍ଟ ପ୍ରକାଶ କରିଛନ୍ତି। ଦିଲ୍ଲୀ ଏମ୍ସର ୬ ଜଣ ରିସର୍ଚ୍ଚର ପୂରା ଘଟଣାର ବିସ୍ତୃତ ତଥ୍ୟ ସାର୍ବଜନୀନ କରିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ସେମାନେ ରିପୋର୍ଟ ଦାଖଲ କରିଥିଲେ।
ଏଥିରେ କୁହାଯାଇଛି ଯେ ୪୧ ବର୍ଷୀୟ ବ୍ୟକ୍ତି ଜଣଙ୍କ ତାଙ୍କର ଜଣେ ବାନ୍ଧବୀଙ୍କ ସହ ହୋଟେଲରେ ରହିଥିଲେ। ପୂର୍ବରୁ ତାଙ୍କର କୌଣସି ପ୍ରକାରର ମେଡିକାଲ କିମ୍ବା ସର୍ଜିକାଲ ସମସ୍ୟା ନଥିଲା। ସେ ବାନ୍ଧବୀଙ୍କ ସହ ରହିବା ସମୟରେ ସେ ୫୦ଏମଜିର ଦୁଇଟି sildenafi ବଟିକା ଖାଇଥିଲେ। ଏହି ବଟିକା ଭାଏଗ୍ରା ବ୍ରାଣ୍ଡ ନାଁରେ ବିକ୍ରି ହୋଇଥାଏ। ଏହି ସମୟରେ ବ୍ୟକ୍ତି ଜଣଙ୍କ ମଦ ମଧ୍ୟ ପିଇଥିଲେ।
ମଦ ସହ ଭାଏଗ୍ରା ଖାଇବା ପରେ ସେ ସ୍ୱାଭାବିକ ଆଚରଣ କରିଥିଲେ। ବାନ୍ଧବୀଙ୍କ ସହ ହୋଟେଲରେ ରାତି ମଧ୍ୟ କାଟିଥିଲେ। ହେଲେ ସକାଳୁ ସେ ଅସହଜ ଅନୁଭବ କରିଥିଲେ। ସେ ବାନ୍ତି କରିବାରୁ ବାନ୍ଧବୀ ତାଙ୍କୁ ହସ୍ପିଟାଲରେ ଦେଖାଇବାକୁ କହିଥିଲେ। ହେଲେ ସେ କିଛି ବି ଶୁଣି ନଥିଲେ ଓ ପୂର୍ବରୁ ମଧ୍ୟ ସେ ଏପରି ସ୍ଥିତିର ସମ୍ମୁଖୀନ ହୋଇ ସାରିଥିବା ଯୁକ୍ତି ରଖିଥିଲେ।
ତେବେ ତାଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ବ୍ୟକ୍ତି ଜଣଙ୍କ ଗୋଟିଏ cerebrovascular ହାମରେଜ ପାଇଁ ପ୍ରାଣ ହରାଇଛନ୍ତି। cerebrovascular ହାମରେଜ ମସ୍ତିସ୍କକୁ ଆବଶ୍ୟକ କରୁଥିବା ଅମ୍ଳଜାନକୁ ହ୍ରାସ କରି ଦେଇଥାଏ। ଫଳରେ ମସ୍ତିସ୍କ ଭିତରେ ରକ୍ତଶ୍ରାବ ହେବା ସହ ରକ୍ତ ଜମାଟ ମଧ୍ୟ ବାନ୍ଧି ଯାଇଥାଏ।
ରିସର୍ଚ୍ଚରମାନେ କହିଛନ୍ତି, ଶବ ବ୍ୟବଚ୍ଛେଦ ପରେ ବ୍ୟକ୍ତିଙ୍କ ଶରୀରରୁ ୩୦୦ ଗ୍ରାମ ରକ୍ତ ଜମାଟ ମିଳିଥିଲା। ସେମାନଙ୍କ ମତରେ ମଦ ସହ ମେଡିସିନର ମିକ୍ସ ଓ ଉକ୍ତ ରକ୍ତଚାପ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ମେଡିସିନ ନେବା ବେଳେ ମଦ ପିଅନ୍ତୁ ନାହିଁ ଓ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ବଟିକା ଖାଆନ୍ତୁ ନାହିଁ ବୋଲି ରିସର୍ଚ୍ଚରମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *