Spread the love

ଭୁବନେଶ୍ବର: ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ। ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସୂଚନା ଦେଇ କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀରେ ଏକ ସଶକ୍ତ, ସମୃଦ୍ଧ ଓ ସ୍ଵାଭିମାନୀ ଓଡ଼ିଶା ଗଠନ କରିବାକୁ ନବୀନ ଓଡ଼ିଶାର ସଂକଳ୍ପ ନେବେ ଯୁବକ, ଛାତ୍ର, ମହିଳା ଓ ବିଜେଡି ନେତା କର୍ମୀ। ନବୀନ ଓଡ଼ିଶା ଏକ ନୂତନ ଓଡ଼ିଶା ଓ ବିକାଶଶୀଳ ଓଡ଼ିଶା। ନବୀନ ଏବେ ଏକ ମଡେଲ। ସାରା ବିଶ୍ବ ପାଇଁ ନବୀନ ପଟ୍ଟନାୟକ ବିକାଶ ପୁରୁଷ ଭାବେ ପରିଚିତ। ଡାକୋଟା ଏକ ବିମାନ ନୁହେଁ, ଏକ ସ୍ୱାଭିମାନ। ଆସନ୍ତାକାଲି ବିଜୁ ଏକ୍ସପ୍ରେସ ୱେ ମଧ୍ୟ ଲୋକାର୍ପଣ ହେବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି।
ସୂଚନାଯୋଗ୍ୟ, ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଅନ୍ୟୁନ ୨୦୦ ଜଣ କର୍ମୀଙ୍କୁ ନେଇ ୫ କିଲୋମିଟର ଯାଏ ସାଇକେଲ ରାଲି କରିବେ।

Leave a Reply

Your email address will not be published. Required fields are marked *