Spread the love

ଭଦ୍ରକ: କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ର ଦର ଅହେତୁକ ଭାବରେ ବୃଦ୍ଧି କରିଥିବାରୁ ଏହାର ପ୍ରତିବାଦ କରି ସାରା ଓଡ଼ିଶାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି। ଆଜି ଭଦ୍ରକ  ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏହାର ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦଙ୍କ ନେତୃତ୍ୱରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରିଥିଲେ। ଏହି ସଭାରେ ଜିଲ୍ଲା ସଭାପତି ସୁବ୍ରତ ଦାସ, କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ମହିଳା କଂଗ୍ରେସ ଉପ ସଭାନେତ୍ରୀ ଶର୍ମିଷ୍ଠା ପଣ୍ଡା, ସାଧାରଣ ସମ୍ପାଦିକା ତିଳୋତ୍ତମା ଜେନା, ପ୍ରଭାତ ନଳିନୀ ପଣ୍ଡା, ଜୋତ୍ସାରାଣୀ ଜେନା, ଅସରଫ ଅଲ୍ଲୀ ଖାଁ, ବିଜୟ ବାରିକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ସମାଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *