Spread the love

ପୁରୀ: ପୁରୀରେ ବିଭିନ୍ନ ଖଜା ଭାଟି ଉପରେ ପୋଲିସର ଚଢ଼ାଉ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଉଠିଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି । ପୁରୀ ପୋଲିସ ଓ ମହାନଗର ନିଗମ କର୍ମଚାରୀଙ୍କ ମିଳିତ ଟିମ୍ ବିଭିନ୍ନ ଖଜା ଭାଟିରେ ଯାଞ୍ଚ କରୁଛି ।

ଖଜା ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ରକ୍ଷା କରାଯାଉଛି କି ନାହିଁ ଏବଂ ପ୍ରସ୍ତୁତି ପ୍ରକ୍ରିୟାରେ ନିୟମ ପାଳନ ହେଉଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି । ସହରର ବିଭିନ୍ନ ଖଜା ଭାଟି ଉପରେ ମିଳିତ ଭାବେ ଚଢ଼ାଉ କରି ଆରମ୍ଭ ହୋଇଛି ଯାଞ୍ଚ ।

ପୁରୀର ଖଜା କେବଳ ଏକ ମିଠା ନୁହେଁ, ବରଂ ଶ୍ରୀକ୍ଷେତ୍ରର ଏକ ପ୍ରସିଦ୍ଧ ପରିଚୟ । ଖଜା ତିଆରି ହେଉଥିବା କେତେକ ସ୍ଥାନରେ ସ୍ୱଚ୍ଛତା ରକ୍ଷା କରାଯାଉନଥିବା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ନେଇ ଅଭିଯୋଗ ଆସିଛି। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ।

 

Leave a Reply

Your email address will not be published. Required fields are marked *