Spread the love

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସଜାଗ ରହିଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ। ବାତ୍ୟା ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ଅପଡେଟ୍‌ ମିଳିନଥିବାରୁ ଲୋକଙ୍କୁ ବିଚଳିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ପାଣିପାଗର ସ୍ଥିତି ଉପରେ ସରକାର ନଜର ରଖିବା ସହ ଆବଶ୍ୟକ ପ୍ରସ୍ତୁତି ଜାରି ରଖିଥିବା ସେ କହିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ,ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ଏହାର ପ୍ରଭାବକୁ ନେଇ ଏଯାଏଁ ସ୍ପଷ୍ଟ ଚିତ୍ର ମିଳିନାହିଁ। ଏଥିପାଇଁ ବିଭିନ୍ନ ୟୁରୋପୀୟ ପାଣିପାଗ ମଡେଲ୍‌ର ଆକଳନକୁ ଅନୁଧ୍ୟାନ କରାଯାଉଛି। ଏଥିସହ ଭାରତୀୟ ପାଣିପାଗ ବିଭାଗ (IMD) ସହ ମଧ୍ୟ ରାଜ୍ୟ ସରକାର ନିୟମିତ ଯୋଗାଯୋଗରେ ରହିଛନ୍ତି। ଆସନ୍ତାକାଲି ସୁଦ୍ଧା ସମ୍ଭାବ୍ୟ ବାତ୍ୟାକୁ ନେଇ ଅଧିକ ସ୍ପଷ୍ଟ ସୂଚନା ମିଳିପାରେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ପାଣିପାଗ ବିଭାଗର ଆକଳନ ସ୍ପଷ୍ଟ ହେବା ପରେ ପରିସ୍ଥିତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *