Spread the love

ନୂଆଦିଲ୍ଲୀ: ବିରୋଧୀଙ୍କୁ ତେର୍ଚ୍ଛା ବାଣ ମାରିଲେ ଅମିତ ଶାହା । ଏକ ସଭାରେ ଯୋଗଦେଇ ବିରୋଧୀ କଂଗ୍ରେସ ଓ ଆପ୍‌କୁ କଟାକ୍ଷ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଜନକଲ୍ୟାଣରେ ମନଦିଅନ୍ତୁ ରାଜନେତା । ବିକ୍ଷୋଭ କି ପ୍ରତିବାଦ ଦ୍ୱାରା କିଛି ହାସଲ ହୁଏନାହିଁ ବୋଲି କହିଛନ୍ତିା ଦିଲ୍ଲୀରେ ଏବେ ଚାଲିଛି ରାଜନୀତିର ନୂଆ ଗେମ୍ । ବିଜେପି ଶାସନକୁ ଆସିଲେ ବିରୋଧୀ କହୁଛି ଭୋଟ୍ ଚୋରୀ ହୋଇଛି, ଏସଆଇଆର ପ୍ରକ୍ରିୟାରେ ଅନିୟମିତତା କହି ରଦ୍ଦ ପାଇଁ ଦାବି ତ ପୁଣି ସିଇସିଙ୍କ ପଦରୁ ବହିଷ୍କାର ଦାବି । ତେବେ ଏସବୁ ମୁଦ୍ଦା କରି ବିରୋଧୀ ରାଜନୈତିକ କୌଶଳବାଜୀ ଓ ଭିଡତନ୍ତ୍ର ଗେମ୍ ଖେଳୁଛି ବୋଲି କହି ବର୍ଷିଛନ୍ତି ଶାହା । ବିରୋଧୀ ଲୋକଙ୍କ ପାଖକୁ ନଯାଇ ଶାସକଙ୍କ ପଛରେ ଲାଗିଲେ ସେମାନଙ୍କ ବାକି ରାଜନୈତିକ ଭୂମି ମଧ୍ୟ ହରେଇବେ ବୋଲି କହିଛନ୍ତି ଶାହା । ଜନତାଙ୍କ ଜନମତକୁ ଅବମାନନା କରିବାକୁ ରାଜନୈତିକ ଚାଲବାଜିର ଆଶ୍ରୟ ନେଉଛନ୍ତି ବିରୋଧୀ ବୋଲି କହିଛନ୍ତି ଶାହା । ପ୍ରତିବାଦ ବିକ୍ଷୋଭ ଦ୍ୱାରା ନୁହେଁ ଲୋକଙ୍କ ପାଖକୁ ଯାଇ ଦୁଃଖ ବୁଝନ୍ତୁ ନହେଲେ କିଛି ହାସଲ ହେବନି ବୋଲି କହିଛନ୍ତି ଶାହା । ୨୦୧୪ରେ ବିଜେପି ଜାତୀୟ ସ୍ତରରେ କ୍ଷମତାକୁ ଆସିବା ପୂର୍ବରୁ ଭୋଟର କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିସାରିଥିଲେ ବୋଲି କହିଛନ୍ତି ଶାହା ।

Leave a Reply

Your email address will not be published. Required fields are marked *