CELEBRITY APPRENTICE -- Live Finale -- Pictured: Donald Trump -- (Photo by: David Giesbrecht/NBC/NBCU Photo Bank via Getty Images)
Spread the love

ନୂଆଦିଲ୍ଲୀ: ଡିଜେଲ ସଙ୍କଟରେ ଆମେରିକା । ଭାରତ ଉପରେ ଟ୍ରମ୍ପଙ୍କ ନଜର । ମୁକେଶ ଅମ୍ବାନୀଙ୍କ ଜାମନଗର ରିଫାଇନାରୀ ଯିବେ ରୁବିଓ । ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡିଜେଲ ଦର ବୃଦ୍ଧି ଟ୍ରମ୍ପ ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମୁମ୍ବାଇ ଏବଂ ଗୁଜରାଟର ଜାମନଗର ଯିବେ । ସେଠାରେ ବିଶ୍ୱର ସର୍ବବୃହତ୍ ଏକକ ସ୍ଥାନରେ ଥିବା ତୈଳ ବିଶୋଧନ କମ୍ପ୍ଲେକ୍ସ ଅବସ୍ଥିତ । ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକାନାରେ ରହିଛି ।

ଏହି ଗସ୍ତ କେବଳ ଭାରତ-ଆମେରିକା କୂଟନୈତିକ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ। ଏହା ପଛରେ ଡିଜେଲ ଯୋଗାଣ, ତୈଳ ବାଣିଜ୍ୟ ଏବଂ ଆମେରିକାର ଘରୋଇ ଇନ୍ଧନ ଦରକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ମଧ୍ୟ ରହିଥାଇପାରେ । ଆମେରିକାରେ ଡିଜେଲ କେବଳ ଗାଡ଼ି ଚଳାଚଳ ପାଇଁ ନୁହେଁ, ବରଂ ମାଲ ପରିବହନ, କୃଷି, ଶିଳ୍ପ ଏବଂ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଅତ୍ୟନ୍ତ ଜରୁରୀ । ଡିଜେଲ ଦର ବଢ଼ିଲେ ଟ୍ରକ୍ ପରିବହନ ଖର୍ଚ୍ଚ ବୃଦ୍ଧି ପାଏ । ଏହାର ପ୍ରଭାବ ଖାଦ୍ୟସାମଗ୍ରୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀର ମୂଲ୍ୟ ଉପରେ ପଡ଼ିପାରେ ।

ରୁବିଓଙ୍କ ଜାମନଗର ଗସ୍ତ ସହ ଆମେରିକାର ଟେକ୍ସାସରେ ପ୍ରସ୍ତାବିତ ନୂଆ ରିଫାଇନାରୀ ପ୍ରକଳ୍ପର ମଧ୍ୟ ସମ୍ପର୍କ ରହିଛି । ଟେକ୍ସାସର ବ୍ରାଉନ୍ସଭିଲ୍ ରେ ଆମେରିକା ଫାର୍ଷ୍ଟ ରିଫାଇନିଂ ପକ୍ଷରୁ ଏକ ବୃହତ୍ ତୈଳ ବିଶୋଧନାଗାର ନିର୍ମାଣ ଯୋଜନା ରହିଛି । ଟ୍ରମ୍ପ ଏହାକୁ ୩୦୦ ବିଲିୟନ ଡଲାରର ପ୍ରକଳ୍ପ ଭାବେ ଘୋଷଣା କରିଥିଲେ। ତେବେ ଏହି ସମ୍ପୂର୍ଣ୍ଣ ଅର୍ଥ ରିଲାଏନ୍ସ ଏକାକୀ ନିବେଶ କରୁଛି ବୋଲି ସ୍ପଷ୍ଟ ନୁହେଁ। ପ୍ରୋପବ୍ଲିକାର ଏକ ତଦନ୍ତ ଅନୁଯାୟୀ, ରିଲାଏନ୍ସ ଏହି ପ୍ରକଳ୍ପରେ ଅତିକମ୍ ରେ ୧୦୦ ନିୟୁତ ଡଲାର ନିବେଶ କରିଛି।୨୦ରେ ମୁମ୍ବାଇରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମାର୍କୋ ରୁବିଓଙ୍କ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦ୍ୱିପାକ୍ଷିକ ସମ୍ପର୍କ, ଶକ୍ତି ସହଯୋଗ, ବାଣିଜ୍ୟ ଏବଂ ନିବେଶ ଉପରେ ଆଲୋଚନା ହେବ ।

Leave a Reply

Your email address will not be published. Required fields are marked *