Spread the love

ଭୁବନେଶ୍ବର: ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ରାଜ୍ୟପାଳଙ୍କ ଆଗମନ ଏବଂ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ସ୍ବାଗତ କରିଛନ୍ତି। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।

ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ଜଣ ଅତିଥି ଆସିଛନ୍ତି। ଆସନ୍ତା ୧୮ତାରିଖରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଓଡ଼ିଶା ଲୋକଭବନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଶେଷ ହୋଇଛି। ୧୮ତାରିଖ ପୂର୍ବାହ୍ନ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍‌ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ସୂଚନାଥାଉକି,ନବ ନିଯୁକ୍ତ ରାଜ୍ୟପାଳ ବିମାନବନ୍ଦରରୁ ସିଧା ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ସନ୍ଧ୍ୟାରେ ପୁରୀରୁ ଫେରି ରାତି ୭ଟା ୨୫ରେ ଲୋକଭବନରେ ପହଞ୍ଚିବେ ବୋଲି ସୂଚନା ରହିଛି ।

 

Leave a Reply

Your email address will not be published. Required fields are marked *