Spread the love

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ବିସିଜେଡି ମହାବିଦ୍ୟାଳୟରେ ୬୦ପ୍ରତିଶତରୁ ଅଧିକ ଓ ବିଶ୍ବବିଦ୍ୟାଳୟରେ ପ୍ରାୟ ୫୦ ପ୍ରତିଶତ ସଫଳତା ପାଇଛି । ରାଜ୍ୟ ବିଜେପି ସରକାରଙ୍କ ବାହୁବଳ, ଅର୍ଥ ବଳ ଓ ଅନ୍ୟ ଅସାଧୁ କାର୍ଯ୍ୟ ସତ୍ତ୍ବେ ବିସିଜେଡି ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜୟୀ ଛାତ୍ରନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । GEN-Zଙ୍କୁ ଧନ୍ୟବାଦ ଦେଇଛନ୍ତି । ନବୀନ ନିବାସରେ ବିସିଜେଡିର ବିଜୟୀ ଛାତ୍ର ନେତାମାନେ ନବୀନଙ୍କୁ ଭେଟିଥିଲେ । ବାଜା ଓ ଶଙ୍ଖ ଧ୍ବନିରେ କମ୍ପିଥିଲା ନବୀନ ନିବାସ ପରିସର। ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ବିଜୟୀ ଛାତ୍ରନେତା ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

Leave a Reply

Your email address will not be published. Required fields are marked *