Spread the love

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପୂବର୍ରୁ ଅଶାନ୍ତ ବାଣୀବିହାର । ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି । ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି ହୋଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଛି ।

ସୂଚନା ଥାଉକି, ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ଉଠୁଛି ପଡ଼ୁଛି କଲେଜ୍ କ୍ୟାମ୍ପସ । ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇ ରହିଛି କ୍ୟାମ୍ପସ । କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ହଷ୍ଟେଲ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉତ୍କଣ୍ଠା । ଆଜି ହେବ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ନିଜ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କ ସାମ୍ନାରେ ରଖିବେ ପ୍ରାର୍ଥୀ ।

ସମର୍ଥନ ହାତେଇବା ପାଇଁ ଭୋଟଭିକ୍ଷା କରିଛନ୍ତି ପ୍ରାର୍ଥୀ । କିଏ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛି, ତ ଆଉ କିଏ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିଛନ୍ତି । ନିର୍ବାଚନ ପୂର୍ବରୁ ଶେଷ ଭୋଜିଭାତ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ଏପଟେ କିଛି କଲେଜରେ ହିଂସାର ଆଶଙ୍କା ଥିବାରୁ କ୍ୟାମ୍ପସରେ ପୋଲିସ ମୁତୟନ ସହ ସିସିଟିଭି ମାଧ୍ୟମରେ ନଜର ରଖାଯାଉଛି ।

ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ହେବ ମତଦାନ । ପରେ ଅପରାହ୍ଣ ୨ଟାରୁ ଭୋଟ ଗଣତି ସହ ହେବ ଫଳାଫଳ ଘୋଷଣା । ଶୁକ୍ରବାର ବିଜୟୀ ପ୍ରାର୍ଥୀ ଶପଥ ନେବେ। ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *