Spread the love

ନୟାଗଡ଼ : କଲେଜ ନିର୍ବାଚନ ପାଇଁ କ୍ୟାମ୍ପସ ସରଗରମ । ସରିଲାଣି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ । ଦିନ ୩ଟାରେ ଆସିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ତେବେ ଏଭଳି ସ୍ଥିତିରେ କିଛି ସ୍ଥାନରେ ନିର୍ବାଚନ ବାତିଲ୍ ପ୍ରତିବାଦରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ନୟାଗଡ଼ ମଡେଲ ଡିଗ୍ରୀ କଲେଜ ଗେଟ୍ରେ ତାଲା ପକାଇ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ଶୁକ୍ରବାର ଜିଲ୍ଲାପାଳ ନିର୍ବାଚନ ବାତିଲ୍ ନିର୍ଦ୍ଦେଶ ଦେଇଥିଲେ ।

ନୟାଗଡ଼ ଜିଲ୍ଲାର ୪ଟି କଲେଜରେ ଜିଲ୍ଲାପାଳ ନିର୍ବାଚନ ବାତିଲ୍ ନିର୍ଦ୍ଦେଶ ଦେବା ପରେ ନୟାଗଡ଼ ଜିଲ୍ଲା ଲାଠିପଡା ମଡେଲ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । ପ୍ରଶାସନ ନିଷ୍ପତ୍ତି ବିରୁଦ୍ଧରେ ଛାତ୍ରଛାତ୍ରୀ ମାନେ କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । କଲେଜରେ ନିର୍ବାଚନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି ।

ଶୁକ୍ରବାର ମଡେଲ ଡିଗ୍ରୀ କଲେଜରେ ପୋଲିସ ଉପସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ ନୋମିନେସନ କରାଯାଇଥିଲା । ସନ୍ଧ୍ଯା ୫ଟାରେ ଅର୍ଥାତ୍ ନୋଟିଫିକେସନର ୧୫ ମିନିଟ୍ ପୂର୍ବରୁ ଜିଲ୍ଲାପାଳ ନିର୍ବାଚନ ବାତିଲ ନେଇ ନିର୍ଦ୍ଦେଶ ଦେଇଥିଲେ । ସବୁ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ବେଳେ କ’ଣ ପାଇଁ ନିର୍ବାଚନ ବାତିଲ କରାଗଲା ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *