Spread the love

ମାଲକାନଗିରି: ମାଓବାଦୀ ଖଞ୍ଜିଥିବା IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ । ଚାରି ଯବାନ ଗୁରୁତର । ଏମାନଙ୍କ ମଧ୍ୟରେ CRPFର ଦୁଇ ଜଣ ଯବାନ ସମେତ ଜିଲ୍ଲା ପୋଲିସର ବୋମା ନିଷ୍କ୍ରିୟ ଟିମର ଦୁଇ ଜବାନ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲାର ବେଜ୍ଜି ଥାନା ଏଲାର୍ମଡାଗୁ CRPF କ୍ୟାମ୍ପ ନିକଟରେ IED ନିଷ୍କ୍ରିୟ ବେଳେ ହୋଇଥିଲା ବିସ୍ପୋରଣ ।

ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କୋଣ୍ଟାର ହସ୍ପିଟାଲକୁ ପଠାଯାଇଥିଲା । ପରେ ଉତ୍ତମ ଚିକିତ୍ସା ପାଇଁ ହାଇଦ୍ରାବାଦ କୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। CRPF 50 ବାଟାଲିୟନର ଯବାନ ମାଓ ଦମନ ଅପରେସନ ରେ ଯିବାବେଳେ ମାଓବାଦୀ ଖଞ୍ଜିଥିବା IED ସନ୍ଧାନ ମିଳିଥିଲା । ଏହାକୁ ନିଷ୍କ୍ରିୟ କରିବା ବେଳେ IED ବଡ଼ ଧରଣର ବିସ୍ପୋରଣ ହୋଇଥିଲା। ଆହତ ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ତେବେ ସୂଚନା ଥାଉକି, ଗତ ଏପ୍ରିଲ ମାସରେ ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ ହୋଇଥିଲା । କୋବ୍ରା ବାଟାଲିୟନର ଜଣେ ଯବାନ ଗୁରୁତର ହୋଇଥିଲା । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ସରଣ୍ଡା ଜଙ୍ଗଲରେ IED ବ୍ଲାଷ୍ଟ ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ଟାଗେର୍ଟ କରି ଆଇଇଡି ଖଞ୍ଜାଯାଇଥିଲା । ଫଳରେ କୋବ୍ରା ବାଟାଲିୟନ ଯବାନ ଅନୁଜ କୁମାର ଗୁରୁତର ହୋଇଥିଲା । ତାଙ୍କର ଏକ ଗୋଡ ଛିଣ୍ଡିଯାଇଥିଲା  । ସୁରକ୍ଷା ବାହିନୀ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିଲେ । ସେହି ସମୟରେ ଟିମ୍ ଆଗକୁ ବଢ଼ୁଥିବା ବେଳେ ପୂର୍ବରୁ ଲଗାଯାଇଥିବା IED ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ଗୁରୁତର ହୋଇଥିବା ଯବାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ରାଞ୍ଚି ପଠାଯାଇଥିଲା । ଟପ୍ ମାଓନେତା ମିସିର ବେସରା  ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଥିଲା । ତାକୁ ଧରିବାକୁ ଏହି ଅପରେସନ ଚାଲିଥିଲା । ଅପରେସନ ଚାଲିଥିବା ବେଳେ IED ବିସ୍ଫୋରଣ ହୋଇଥିଲା ।

Leave a Reply

Your email address will not be published. Required fields are marked *