Spread the love

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି । ସରକାରୀ ସ୍ତରରେ ବି ଏନେଇ ସ୍ଥିର ହୋଇନି, ହେଲେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ସବୁବେଳେ ଉଚ୍ଚଶିକ୍ଷା ବିଭାଗ ରହିଛି’’ ।

ଉଲ୍ଲେଖଯୋଗ୍ୟ, ୨୦୧୮ରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ନିର୍ବାଚନ କରିବାକୁ ରାଜ୍ୟର ବିରୋଧୀ ଦଳଗୁଡ଼ିକ ବାରମ୍ବାର ଦାବି କରି ଆସୁଛନ୍ତି । ବିଜେପି ସରକାର ମଧ୍ୟ ଶାସନକୁ ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ପ୍ରତିଶୃତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରିନାହାନ୍ତି । ଗଣତନ୍ତ୍ରର ଏନ୍ତୁଡ଼ିଶାଳ କୁହାଯାଉଥିବା କ୍ୟାମ୍ପସ ଗୁଡ଼ିକରେ ନିର୍ବାଚନ ନହେବା ଯୁବପିଢିଙ୍କୁ ନେତୃତ୍ୱ ବିକାଶ ଓ ଗଣତାନ୍ତ୍ରୀକ ଅଧିକାର କ୍ଷର୍ଣ୍ଣ ହେଉଥିବା ନେଇ ଅନେକ ଆଶଙ୍କା କରିଛନ୍ତି।

Leave a Reply

Your email address will not be published. Required fields are marked *