Spread the love

ପୁରୀ : ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏନେଇ ପରିଚାଳନା କମିଟିର ଅନୁମୋଦନ ମିଳିଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଆସନ୍ତା ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର। ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର। ପ୍ରଥମ ୩ ଦିନ ମାଗଣାରେ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଏହାପରେ ୧୦ ଟଙ୍କା ଶୁଳ୍କ ଆଦାୟ କରାଯିବ। ବରିଷ୍ଠ ନାଗରିକ ଓ ଶିଶୁଙ୍କ ପାଇଁ କୌଣସି ଦେୟ ପଡ଼ିବନି। ଶ୍ରଦ୍ଧାଳୁଙ୍କ ପାଇଁ ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ ମାଗଣା ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *