Spread the love

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ରବିବାର ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ଗ୍ରାହକମାନଙ୍କ ସୁବିଧା ଓ ବ୍ୟାଙ୍କିଂ ସେବା ସ୍ୱାଭାବିକ ରଖିବା ଉଦ୍ଦେଶ୍ୟରେ ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି।

ସୂଚନାନୁସାରେ, ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ସପ୍ତାହକୁ ଦୁଇ ଦିନ ଛୁଟି ଦାବି କରାଯାଇଛି। ଏହି ଦାବିକୁ ନେଇ ୨୮ ତାରିଖରୁ ତିନି ଦିନିଆ ଧର୍ମଘଟ ପାଇଁ ଡାକରା ଦିଆଯାଇଛି। ଧର୍ମଘଟ ଯୋଗୁଁ ସାଧାରଣ ବ୍ୟାଙ୍କିଂ କାରବାର ପ୍ରଭାବିତ ହେବାର ଆଶଙ୍କା ରହିଛି।ଏହାକୁ ଦୃଷ୍ଟିରେ ରଖି ୨୭ ତାରିଖ ରବିବାର ଦିନ ବ୍ୟାଙ୍କ ଖୋଲା ରଖି ଗ୍ରାହକଙ୍କ ଆବଶ୍ୟକୀୟ କାରବାର ସମ୍ପନ୍ନ କରିବାର ସୁଯୋଗ ଦିଆଯିବ। ଧର୍ମଘଟ ପୂର୍ବରୁ ଗ୍ରାହକମାନେ ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ସାରିନେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *