Spread the love

ନୂଆଦିଲ୍ଲୀ: ପାଞ୍ଚ ଦିନ ବ୍ୟାଙ୍କିଂ ସପ୍ତାହ, ପେନସନ୍ ଅପଡେଟେସନ୍, ଖାଲି ପଦବୀ ପୂରଣ ଏବଂ PLI ପେମେଣ୍ଟ ଭଳି ଦାବି ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ସେପ୍ଟେମ୍ବର ୨୮ ରୁ ୩୦ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ଧର୍ମଘଟ ଯୋଗୁଁ ଗ୍ରାହକମାନଙ୍କୁ ଅସୁବିଧା ଯେପରି ଅସୁବିଧା ନହେବ ସେନେଇ ସୋମବାର ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କ୍ଷେତ୍ରର ବ୍ୟାଙ୍କ୍, RRB ଏବଂ NABARD ର ଶୀର୍ଷ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଏଥିରେ ବିକଳ୍ପ ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ । ଏହା ବ୍ୟତୀତ ମୁଖ୍ୟ ଶ୍ରମ କମିଶନର ସେପ୍ଟେମ୍ବର ୨୨ ଏବଂ ୨୩ ତାରିଖରେ ଆଲୋଚନା କରିବା ପାଇଁ IBA, ବ୍ୟାଙ୍କ୍ ପରିଚାଳନା ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନର ଜାତୀୟ ସମ୍ପାଦକ ଡି.ଏନ୍. ତ୍ରିବେଦୀ ଏକ ସକରାତ୍ମକ ସମାଧାନ ପାଇଁ ଆଶା ପ୍ରକାଶ କରିଛନ୍ତି । ଯଦି ଆଲୋଚନା ବିଫଳ ହୁଏ, ତେବେ ସେପ୍ଟେମ୍ବର ୨୬ ଏବଂ ସେପ୍ଟେମ୍ବର ୨୭ ତାରିଖ ଛୁଟି ପରେ ସେପ୍ଟେମ୍ବର ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ଫଳରେ ଲଗାତାର ପାଞ୍ଚ ଦିନ ପାଇଁ ବ୍ୟାଙ୍କ ଶାଖା କାର୍ଯ୍ୟ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *