ରାୟଗଡା: ନୂଆଖାଇ ଭେଟଘାଟ ଅବସରରେ ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ୍ ପୁଟାସିଂ ଅଞ୍ଚଳରୁ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜି) ଲାଞ୍ଜିଆ ସଉରାଙ୍କ ଏକ ୧୫ ଜଣିଆ ସାଂସ୍କୃତିକ ଦଳ ରାଷ୍ଟ୍ରପତି ଭବନରେ ହୋଇଥିବା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣ ପରେ ରାୟଗଡା ଜିଲ୍ଲାର ଏହି ପିଭିଟିଜି ଦଳ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୁଟାସିଂ ଅଞ୍ଚଳର ବୀର ଦଳବେହେରା ଏବଂ ଜୁନେଶ ଶବରଙ୍କ ନେତୃତ୍ଵରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l
ଏହି ଅବସରରେ ଲାଞ୍ଜିଆ ସଉରାଙ୍କ ବିଶେଷ ଇଡିତାଲ୍ ପେଣ୍ଟିଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲାଞିଆ ସୌରା ଦଳ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଲାଞ୍ଜିଆ ସଉରାଙ୍କ ପାରମ୍ପାରିକ ବାଜା ନୃତ୍ୟ ଏବଂ ଜଣେ ବୃଦ୍ଧା ଙ୍କ ଦ୍ଵାରା ହୁଇସିଲ୍ ମାରି ରାଷ୍ଟ୍ରପତି ଙ୍କୁ ମନମୁଗ୍ଧ କରିଥିବା ସୂଚନାରୁ ଜଣାପଡିଛି l ଗୁଣପୁର ଭଲି ଆଦିବାସୀ ବହୁଳ ପଛୁଆ ଅଞ୍ଚଳରୁ ବିରଳ ଜନଜାତିଙ୍କ ରାଷ୍ଟ୍ରପତି ଭବନରେ ନୂଆଖାଇ ପାଳନ କରିବା ଅଞ୍ଚଳ ପାଇଁ ଏକ ଗୌରବ ଆଣିଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l ଏଠାରେ ସୂଚନାଯୋଗ୍ୟଯେ ଲଞିଆ ସୌରାଙ୍କ ଇଡିତାଲ ଜିଆଇ ଟ୍ୟାଗ ପାଇଛି। ରାୟଗଡା ଜିଲ୍ଲାରେ ରହିଥିବା ୨ଟି ପିଭିଟିଜିଙ୍କ ମଧ୍ୟରୁ ଲାଞିଆ ସୌରା ଅନ୍ୟତମ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ୮ଜଣ ପୁରୁଷ ଓ ୭ ଜଣ ମହିଳା ଲାଞିଆ ସୌରା ଯୋଗଦାନ କରିଥିଲେ।