ଛତ୍ରପୁର: ସାଗର କବଚ ହେଉଛି ଉପକୂଳ ସୁରକ୍ଷା ପାଇଁ ଏକ ପ୍ରମୁଖ ମିଳିତ ସମର ଅଭ୍ୟାସ । ସମୁଦ୍ର ପଥରେ ହେଉଥିବା ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଆଜିଠାରୁ ଗଞ୍ଜାମ ଉପକୂଳରେ ଆରମ୍ଭ ହୋଇଛି ମିଳିତ ସମର ଅଭ୍ୟାସ ସାଗର କବଚ । ଏହା ଦୁଇ ଦିନ ଧରି ଚାଲିବ | ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ସମୁଦ୍ର ତଟ ସୁରକ୍ଷା ନେଇ ଦୁଇ ଦିନିଆ ସାଗର କବଚ ସମରଭ୍ୟାସ ଚାଲିଛି । ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ସମୁଦ୍ର ନିକଟ ଥାନା ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର,ରମ୍ଭା,ଚମାଖଣ୍ଡି ପୁଲିସ ପକ୍ଷରୁ ଏହି ସମରଭ୍ୟାସ କରାଯାଉଛି। ସମଗ୍ର ଉପକୂଳବର୍ତୀ ଅଚଂଳରେ କଡା ପହରା କରାଯାଉଛି । ଉଭୟ ସ୍ଥଳପଥ ଓ ଜଳପଥରେ କରା ଯାଉଛି ଯାଞ୍ଚ |
ସୂଚନା ଥାଉକି ୨୬/୧୧ ୨୦୦୮ରେ ପାକିସ୍ତାନ ଆତଙ୍କବାଦୀ ମୁମ୍ବାଇ ଜଳପଥ ଦେଇ ଆସିବାପରେ ଆକ୍ରମଣ କରିଥିଲେ । ଏଥିରେ ବହୁ ଲୋକ ମୃତ ଓ ଗୁରୁତର ଆହତ ହୋଇଥିଲେ । ଏହାପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପକ୍ଷରୁ ପ୍ରତ୍ୟେକ ବର୍ଷ ସମରାଭ୍ୟାସ କରାଯାଉଛି । ଜଳପଥ ହେଉ ବା ସ୍ଥଳପଥ ହେଉ ଶତ୍ରୁପକ୍ଷକୁ ଦିଆଯିବ କଡା ଜବାବ । ଆଜି ସାଗର କବର ସମରାଭ୍ୟାସ ଚାଲିଛି ଏହା ଦୁଇ ଦିନ ଧରି ଚାଲିବ । କିପରି ଜଳପଥ ହେଉବା ସ୍ଥଳପଥ ହେଉ ଯେଉଁ ବାଟେ ଦେଇ ଆସିବେ ଶତ୍ରୁପକ୍ଷ ତାହାକୁ କଡା ଜବାବ ଦିଆଯିବ । ଗଞ୍ଜାମ ପୁଲିସ ଜିଲା ଅଧିନ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିନରେ ପ୍ରୟାଗି ଠାରୁ ହରିପୁର ପର୍ଯ୍ୟନ୍ତ ଦିର୍ଘ ୪୦ କିମି ପର୍ଯ୍ୟନ୍ତ ପେଟ୍ରୋଲିଂ କରିଥାନ୍ତି । ଏହି ସମରାଭ୍ୟାସରେ ପୁଲିସ, ମତ୍ସ୍ୟ ବିଭାଗ, ଅଗ୍ନିଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୋଷ୍ଟ ଗାର୍ଡ ସାମିଲ ହୋଇଥିଲେ । ପ୍ରତ୍ୟେକ ସ୍ଥାନରେ କଡାକଡି ଯାଂଚ କରାଯାଉଛି । କିପରି ଶତ୍ରୃପକ୍ଷ ପ୍ରବେଶ କରିପାରିବେ ନାହିଁ । ଏପରିକି ବ୍ଲୁ ଟିମ ଓ ରେଡ ଟିମ ଭାବେ ଦୁଇଟି ଟିମ ଗଠନ ହୋଇଛି। ବିଭିନ୍ନ ଛକମାନଙ୍କରେ ମଧ୍ୟ ପୁଲିସ ସମସ୍ତ ଗାଡ଼ି ସବୁ ଯାଂଚ କରୁଛି,ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସଚେତନତା କରାଯାଉଛି କିଏ ଅଜଣା ବ୍ୟକ୍ତି ଆସିଲେ ତୁତନ୍ତ ପୁଲିସକୁ ଅଗବତ କରାଇବା ପାଇଁ କୁହାଯାଇଛି । ସମୁଦ୍ର ପଥରେ ହେଉଥିବା ଆତଙ୍କବାଦୀ ଅନୁପ୍ରବେଶକୁ ରୋକିବା ଏବଂ ଉପକୂଳବର୍ତୀ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବା ଏହାର ମୁଖ୍ୟ ଲକ୍ଷ୍ୟ ।