Spread the love

ଯାଜପୁର: ନଦୀରେ ବୁଡ଼ି ଦମ୍ପତି ନିଖୋଜ । ଯାଜପୁର ବାଲିଚନ୍ଦ୍ରପୁର ଥାନା ଗେଙ୍ଗୁଟି ନଦୀ ବାଲିଘାଟରେ ଅଘଟଣ । ସୂଚନା ଅନୁଯାୟୀ ବାଲିକୁଦା ଗାଁର ସୁଧାକର ଓଝା ଓ ସୁଲୋଚନା ଓଝା ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ ।

ବହୁତ ସମୟ ଧରି ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳି ପାରିନାହିଁ । ନଦୀ କୂଳରେ ବାଲ୍ଟି, ଲୁଗାପଟା ଓ ଚପଲ ପଡ଼ି ଥିବାରୁ ଉଭୟ ନଦୀରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବିଭାଗ କର୍ମଚାରୀ ଓ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *