Spread the love

କଟକ: ପାର୍ବଣରେ ଜୋର ଜବରଦସ୍ତ ଚାନ୍ଦା ମାଗି ପାରିବେନି। ପୂଜା ନାଁରେ ଜବରଦସ୍ତି ଚାନ୍ଦା ମାଗିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯେଉଁମାନେ ଜବରଦସ୍ତି ପୂଜା ଚାନ୍ଦା ହେଉ ଅବା ବଟି ମାଗୁଛନ୍ତି ସେମାନେ ପୋଲିସ ପୂର୍ବରୁ ଅବଗତ କରାଇଥିଲେ। ତଥାପି ଏହାକୁ ବେଖାତିର କରି କରୁଛନ୍ତି। ପୂଜା ପୂର୍ବରୁ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ ଉପରେ କଟକ କମିସନରେଟ୍ ପୋଲିସର କଡ଼ା ଆକ୍ସନ୍ ଗ୍ରହଣ କରିନ୍ତି। ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।

ମର୍କତନଗର ଥାନା ୨ ଜଣଙ୍କୁ ଏବଂ ଜଗତପୁର ଥାନା ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଆଗକୁ ଦଶହରା, କାଳୀପୂଜା ଥିବାରୁ ଚାନ୍ଦା ଆଦାୟ ନାଁରେ ଦାଦାବଟିକୁ ନେଇ ପୋଲିସ ଆକ୍ସନ୍ ଆହୁରି କଡ଼ା ହେବ। ବଳପୂର୍ବକ ଚାନ୍ଦା ଆଦାୟ ବିରୋଧରେ କଟକ କମିସନରେଟ୍ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ମର୍କତନଗର ଥାନା ୨ ଜଣଙ୍କୁ ଏବଂ ଜଗତପୁର ଥାନା ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ରାସ୍ତାରେ ଗାଡ଼ି ଅଟକାଇ ଚାନ୍ଦା ମାଗିବା ଏବଂ ବ୍ୟବସାୟୀଙ୍କୁ ଜୋର୍ ଜବରଦସ୍ତି ଚାନ୍ଦା ମାଗିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପୂଜା ସମୟରେ ଏଭଳି ଅଭିଯୋଗ ବଢୁଥିବାରୁ ଏହାକୁ ନେଇ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *