ପୁରୀ: ୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ । ପାଇଲଟ ରାମ୍ପ ମଡେଲର ସରିବ ନିର୍ମାଣ । ଆଇଆଇଟି ଭୁବନେଶ୍ୱରର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୫ ମିନିଟ୍ ମଧ୍ୟରେ ଖୋଲା ଯାଇ ପୁଣି ବନ୍ଦ୍ ହୋଇପାରିବ ଫୋଲ୍ଡିଂ ରାମ୍ପ । ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିମାନଙ୍କୁ ଏହି ରାମ୍ପ ଦେଖାଯିବ ।
ସେମାନଙ୍କ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ସଂଶୋଧନ କରାଯିବ । ନଚେତ୍ ଅନୁମତି ପାଇଲେ ଏହା କାର୍ଯ୍ୟକ୍ଷମ ହେବ । ଖୁବଶୀଘ୍ର ୬ ଥାକିଆ ରାମ୍ପ ବ୍ୟବସ୍ଥା କରାଯିବ । ୩ ରୁ ୪ ମାସ ମଧ୍ୟରେ ପୂର୍ଣ୍ଣ ମଡେଲ ପ୍ରସ୍ତୁତ ହେବ କହିଛନ୍ତି ଆଇନମନ୍ତ୍ରୀ। ସେହିପରି ଶ୍ରୀମନ୍ଦିରରେ ସହରବାସୀଙ୍କ ସହଜ ସୁବିଧା ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ଟେକ୍ନୋଲୋଜି ମଡେଲ । ଉତ୍ତରଦ୍ୱାରରେ ସହରବାସୀ ଶ୍ରୀମନ୍ଦିର ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ବାୟୋମେଟ୍ରିକ୍ସ ବ୍ୟବସ୍ଥା ମାଧ୍ୟମରେ ଏହି ବ୍ୟବସ୍ଥାକୁ ସହଜ କରାଯିବ ।