Spread the love

ଜଳେଶ୍ବର : ଭୋଗରାଇରୁ ଓରାଙ୍ଗ ଓଟାନ ଉଦ୍ଧାର ଘଟଣାରେ ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲ ରୁ ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ ଟିମ୍ ।  ହୋଟେଲ ମାଲିକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ହୋଟେଲ ମାଲିକଙ୍କ ଘର ହାଓଡା ଅଞ୍ଚଳର ବୋଲି ଜଣାପଡିଛି । ୩ ଜଣଙ୍କୁ ଉଠାଇ ନେଇ ଅଧିକ ପଚାର ଉଚରା କରୁଛି ଏସ ଟି ଏଫ ଟିମ୍ ।

ବ୍ଲାକ ଥାର ଗାଡ଼ି ବାବଦରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା । ଏହି ମାସ୍କ କାହାର ସେନେଇ ମଧ୍ୟ ଖୋଳତାଡ଼ ହେଉଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ଯାମ୍ପ କରାଯାଇଛି । ବନକର୍ମଚାରୀମାନେ ଦିନ ରାତି ଜଗି ରହିଛନ୍ତି ।

ଓରାଙ୍ଗଉଟାନ୍ ଆସିଲେ କେଉଁଠୁ? ରହସ୍ୟ ଖୋଲିବ STF। ତଦନ୍ତ ନିର୍ଦ୍ଦେଶ ଦେଲେ DGP ।  ଓଡ଼ିଶାରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ଗୁମର ଖୋଲିବ STF। ଘଟଣାରେ ବିଧି ବଦ୍ଧ ଭାବେ ମାମଲା ରୁଜୁ କରି ତଦନ୍ତ କରିବାକୁ STFକୁ ନିର୍ଦ୍ଦେଶ ଦେଇଛନ୍ତି DGP ବିନୟତୋଷ ମିଶ୍ର। ଆଜି ମାମଲା ରୁଜୁ ହେବ ଏବଂ ୮ ଦିନ ମଧ୍ୟରେ ଘଟଣା ଉପରୁ ପର୍ଦ୍ଦା ଉଠିବ ବୋଲି DGP କହିଛନ୍ତି। ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ମାମଲା ରୁଜୁ ପାଇଁ ବନ ବିଭାଗ ପକ୍ଷରୁ DGPଙ୍କୁ ଚିଠି ଲେଖାଯାଇଥିଲା।

ଏହାପରେ DGP ଘଟଣାର ତଦନ୍ତ ଦାୟିତ୍ୱ STFକୁ ଦେଇଛନ୍ତି। ଓରାଙ୍ଗଉଟାନ୍ କେଉଁଠୁ ଆସିଥିଲେ, କିଏ ସେମାନଙ୍କୁ ଆଣିଥିଲା ଏବଂ କେଉଁ ରାସ୍ତାରେ ଓଡ଼ିଶାକୁ ଅଣାଯାଇଥିଲା -ଏସବୁ ଦିଗରେ STF ଖୋଳତାଡ଼ କରିବ। ବିଶେଷ କରି ଏହା ପଛରେ କୌଣସି ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ନେଟୱର୍କ ରହିଛି କି ନାହିଁ, ତାହା ତଦନ୍ତର ମୁଖ୍ୟ ଦିଗ ହେବ। ଏହି ତଦନ୍ତରୁ ଓରାଙ୍ଗଉଟାନଙ୍କ ଓଡ଼ିଶା ଲିଙ୍କ୍ ସହ ଚୋରାଚାଲାଣ ନେଟୱର୍କର ପୂରା ଚେନ୍ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *