Spread the love

ହାପୁର : ଉତ୍ତରପ୍ରଦେଶ ହାପୁର ଜିଲ୍ଲା ସିମ୍ଭାବଲି ଥାନା ଅଞ୍ଚଳ ଗଙ୍ଗା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦ୍ରୁତ ଗତିରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଗାଡ଼ିରେ ୫ ଜଣ ଯୁବକ ରହିଥିଲେ । ଏମାନେ ବନ୍ଦାୟୁରୁ ଦିଲ୍ଲୀ ଯାଇଥିଲେ । ଏହି ଦୁର୍ଘଟଣାରେ ଜୋଗିନ୍ଦର, ସୁଖବୀର, ଜସବନ୍ତ ଏବଂ ରବି ନାମକ ୪ ଜଣ ଯୁବକଙ୍କ ଜୀବନଚାଲିଯାଇଛି । ୧୭ ବର୍ଷୀୟ ବିଷ୍ଣୁ ଚିକିତ୍ସିତ ହେଉଛନ୍ତି ।

ଖବର ମୁତାବକ, ହାପୁର ଥାନା ଅର୍ନ୍ତଗତ ସିମ୍ଭାବଲି ଥାନା ଅଞ୍ଚଳରେ ଥିବା ଗଙ୍ଗା ଏକ୍ସପ୍ରେସୱେରେ ରାତି ୧୨ଟାରେ ଦୁର୍ଘଟଣା ଘଟିଥିଲା । ବନ୍ଦାୟୁରୁ ଦିଲ୍ଲୀ ଯାଉଥିବା ଦ୍ରୁତଗତିରେ ଏକ ଥାର ଗାଡି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା । ଅନିୟନ୍ତ୍ରିତ ହୋଇ ଗାଡ଼ି ଏକ୍ସପ୍ରେସଓେ୍ବରେ ଅନେକ ଥର ଓଲଟି ପଡ଼ିଥିଲା । ଗାଡ଼ିରେ ଥିବା ସମସ୍ତ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇଁ ସିମ୍ଭାବଲି ଥାନା ପୋଲିସ ତତକାଳ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ସମସ୍ତ ୫ ଆହତଙ୍କୁ ଚିକିତ୍ସା ପାଇଁ ସିଏଚସି ହସପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାର ସୂଚନା ପାଇବା ପରେ ଜରୁରୀକାଳୀନ ସେବା ୧୧୨ ଓ ସିମ୍ଭାୱଲି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଗାଡ଼ି ଭିତରେ ଫସିଥିବା ସମସ୍ତ ୫ ଜଣଙ୍କୁ ବାହାର କରିଥିଲା ତେବେ ଡାକ୍ତର ପ୍ରାଥମିକ ପରୀକ୍ଷା ପରେ ୪ ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ୧୭ ବର୍ଷୀୟ ବିଷ୍ଣୁ ଚିକିତ୍ସିତ ହେଉଛନ୍ତି ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଯୁବକ ବନ୍ଦରୟୁ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି । ମୃତକମାନେ ହେଲେ ୨୬ ବର୍ଷୀୟ ଯୋଗିନ୍ଦର, ୨୫ ବର୍ଷୀୟ ସୁଖବୀର, ୨୦ ବର୍ଷୀୟ ଯଶବନ୍ତ ଏବଂ ୨୦ ବର୍ଷୀୟ ରବି। ଦୁର୍ଘଟଣାରେ ଆହତ ୧୭ ବର୍ଷୀୟ ବିଷ୍ଣୁ ମଧ୍ୟ ବନ୍ଦାୟୁର ପାଲପୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି ।

ଦୁର୍ଘଟଣା ପରେ ପୋଲିସ ୪ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି । ପରେ କ୍ରେନ୍ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା । ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *