Spread the love

ପ୍ରୟାଗରାଜ : ପ୍ରୟାଗରାଜରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଅଘଟଣ ଘଟିଛି । ଜର୍ଜ ଟାଉନ ଥାନା ଅନ୍ତର୍ଗତ ସ୍ବାମୀନାରାୟଣ ମନ୍ଦିରର ୩ ମହଲା ବିଲିଡିଂର ଗୋଟେ ଅଂଶ ନିର୍ମାଣ କାର୍ଯ୍ୟ ପାଇଁ ଖୋଳାଯାଇଥିବା ବେଳେ ଧସିଯାଇଛି । ଏହି ଘଟଣା ପରେ ମନ୍ଦିର ପରିସରରେ ଆତଙ୍କ ଖେଳିଯାଇଛି । ସୌଭାଗ୍ୟବଶଃତ ଦୁର୍ଘଟଣା ସମୟରେ କେହି ବି ସେଠାରେ ଉପସ୍ଥିତ ନଥିଲେ । ତେଣୁ କେହି ହତାହତ ହେବାର ସୂଚନା ନାହିଁ ।

ସୂଚନା ମୁତାବକ, ସ୍ବାମୀନାରାୟଣ ମନ୍ଦିର ଗତ ୩/୪ ମାସ ହେଲାଣି ନିର୍ମାଣ କାର୍ଯ୍ୟ କରାଯାଉଛି । ଏହାକୁ ନେଇ ମନ୍ଦିର ପଛରେ ଏକ ବଡ଼ ଖାଲ ଖୋଳାଯାଇଛି । ଲଗାତାର ବର୍ଷା ଯୋଗୁଁ ଏହି ଗାତରେ ପାଣି ଭର୍ତ୍ତି ହୋଇଯାଇଥିଲା, ତେଣୁ ମନ୍ଦିର ନିର୍ମାଣ କାମ ବନ୍ଦ ରହିଥିଲା । ପାଣି ଜମିବାରୁ ମାଟି ଦୁର୍ବଳ ହୋଇଥିବାରୁ ଏହାର ପ୍ରଭାବ ମନ୍ଦିରର ନିମିଟାଲ ଉପରେ ପ୍ରଭାବ ପଡିଥିଲା । ବିଳମ୍ବିତ ରାତିରେ ୩ ମହଲାର କିଛି ଅଂଶ ଭାଙ୍ଗିଯାଇଥିଲା । ମନ୍ଦିର ନିର୍ମାଣ ପାଇଁ ଖାଲରେ ଭାଙ୍ଗିଥିବା ଅଂଶ ଧସିଯାଇଥିଲା ।

ଘଟଣା ବିଷୟରେ ଜଣାପଡିବା ପରେ ଲୋକମାନେ ଦୌଡଧାପଡ କରିଥିଲେ । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ଜର୍ଜ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା । ତେବେ ଦୁର୍ଘଟଣାର କାରଣ କ’ଣ ତାହା ଏଯାଏଁ ଜଣାପଡିନାହିଁ ।

ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚ ଚାଲିଛି । ମନ୍ଦିର ସଂରଚନାର ସୁରକ୍ଷାକୁ ନେଇ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ଘଟଣାରେ କେହି ହତାହତ ହୋଇନାହାନ୍ତି ।

Leave a Reply

Your email address will not be published. Required fields are marked *