Spread the love

ଆନ୍ଧ୍ରପ୍ରଦେଶ : ନଈକୁ ଡେଇଁଲେ ଇଞ୍ଜିନିୟର ପରିବାର ।  ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା ।  ଜଣେ ଇଞ୍ଜିନିୟରଙ୍କ ପୂରା ପରିବାର ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି ।  ପଞ୍ଚାୟତିରାଜ ଆସିଷ୍ଟାଣ୍ଟ ଇଂଜିନିୟର, ତାଙ୍କ ପତ୍ନୀ, ଝିଅ ଓ ଝିଅର ପୁଅ ନାତି ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।  ରାଜମହେନ୍ଦ୍ରବରମରେ ଗତ ୧୭ ତାରିଖରେ ଏକ ରେଳ ବ୍ରିଜ୍ ଉପରୁ ନଦୀକୁ ଡେଇଁଥିଲେ ପରିବାର ।

ସୁଇସାଇଡ୍ ନୋଟରେ ଆତ୍ମହ୍ୟା ପାଇଁ ରାଇଫଲ୍ ସୁଟିଂ କୋଚ୍ ଙ୍କୁ ଦାୟୀ କରିଥିଲେ। ସୁଇସାଇଡ୍ ନୋଟ ମିଳିବା ପରେ ରାଇଫଲ କୋଚଙ୍କୁ ଖୋଜିଥିଲା ପୋଲିସ। ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲା ପୋଲିସ ପାଞ୍ଚଟି ରାଜ୍ୟରେ ଖୋଜାଖୋଜି କରିବା ପରେ ରାଇଫଲ୍ ସୁଟିଂ କୋଚ୍ ଶେଖ୍ ସାଧିକ ଖାନ୍ ଙ୍କୁ ଗିରଫ କରିଛି।

ଜଣେ ସରକାରୀ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ପରିବାରକୁ ହଇରାଣ କରିବା ଏବଂ ଟଙ୍କା ଆଦାୟ କରିବା ସହ ସେମାନଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ପଞ୍ଚାୟତିରାଜ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିଲାପୁଡି ନୁକାରାଜୁ, ତାଙ୍କ ପତ୍ନୀ ମୀନା ଏବଂ ଝିଅ ସୌଜନ୍ୟା ଓ ସୌଜନ୍ୟାଙ୍କ ୧୦ ବର୍ଷର ପୁଅ ନଦୀକୁ ଡେଇଁଥିଲା।

ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ଉଦ୍ଧାର ହେବା ପରେ ସୌଜନ୍ୟାଙ୍କ ପୁଅ ବଞ୍ଚି ଯାଇଛି। ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ ନୋଟକୁ ସାଙ୍ଗମାନଙ୍କୁ ସେୟାର କରିଥିଲେ ଇଂଜିନିୟର। ୨୦୨୬ ଜୁଲାଇରେ ସୌଜନ୍ୟାଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ଶେଖ୍ ସାଧିକ ଖାନ୍ ତାଙ୍କୁ ହଇରାଣ ହରକତ କରିବା ସହ ଧମକ ଏବଂ ଆର୍ଥିକ ଶୋଷଣ କରୁଥିଲେ।

ପରିବାର ପକ୍ଷରୁ କୁହାଯାଇଛି ଯେ ଝିଅ ଏବଂ ନାତିର ଜୀବନ ପ୍ରତି ବିପଦ ଥିବାରୁ ସେମାନେ ନିଜ ଜୀବନ ହାରିବାକୁ ବାଧ୍ୟ ହେଲେ। ଜେରା ପାଇଁ ଖାନ୍ ବର୍ତ୍ତମାନ ପୋଲିସ ହେପାଜତରେ। ଅନ୍ୟପଟେ,ପରିବାରର ନିଖୋଜ ସଦସ୍ୟଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ନଦୀରେ ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *