Spread the love

ମାଲକାନଗିରି: ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରଜ ବାଲାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲେ। ଆଜି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ଜଣାପଡ଼ିଛି।

ସୁରଜବାଲାଙ୍କ ଘର ଏମଭି-୪୫ ଗ୍ରାମରେ ବୋଲି ସୂଚନା ମିଳିଛି। ସୁରଜଙ୍କୁ ଆଗରୁ ୨୦୨୩ ମସିହା ନଭେମ୍ବରରେ ଜମିପଟ୍ଟା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଥିଲା । ଏବେ ପୁଣି ଜାତିଗତ ପ୍ରମାଣ କରିଦେବା ନାଁରେ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଲଗାତର ସେ ୨ ଥର ଗିରଫ ହେବାରୁ ତାଙ୍କୁ କଠିନ ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି । ଘଟଣାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

 

Leave a Reply

Your email address will not be published. Required fields are marked *