Spread the love

ବ୍ରହ୍ମପୁର :  ପାରିବାରିକ କଳହର କରୁଣ ପରିଣତି  । ନିଜ ଜିଭ କାଟିଦେଲେ ଯୁବକ ।  ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ହଂସତୁଳି ଗାଁରେ ଥିବା କାଳୀ ମନ୍ଦିରରେ ଘଟିଛି ଅଘଟଣ।  ଗୁରୁତର ବ୍ୟକ୍ତି ଜଣକ ହେଲେ ହଂସତୁଳୀ ଗାଁର କିରଣ ପାତ୍ର ।  ସୂଚନା ଅନୁଯାୟୀ  ସେହି ଗ୍ରାମର କିରଣ ପାତ୍ର ନାମକ ଜଣେ ଯୁବକ  ନିଜ ଜିଭ କାଟି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ଦିର ପାଖରେ  ପଡିଥିବାର ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିଲେ । ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ, ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ  ନିଜ ସ୍ତ୍ରୀଙ୍କ ସହ ଝଗଡାକୁ ନେଇ ଆଉ କିଛି କହିବି ନାହିଁ କହି ଏକ କାଗଜରେ ଲେଖି ନିଜ ଜିଭ କାଟିଦେଇଥିଲେ । ବ୍ରହ୍ମପୁର mkcg ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଏନେଇ କୌଣସି ଖବର ନ କରିବା ପାଇଁ ତାଙ୍କ ସ୍ତ୍ରୀ ବାରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *