Spread the love

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ହେଉଥିବା ଲଗାଣ ବର୍ଷା ଜନଜୀବନକୁ ବେଶ୍ ପ୍ରଭାବିତ କରିଛି । ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୨୯ ଜୁଲାଇରେ ଚାରଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରାକୁ ଅସ୍ଥାୟୀ ରୂପେ ସ୍ଥଗିତ କରାଯାଇଛି । ରାଜ୍ୟର ବିଭିନ୍ନ ଭାଗରେ ଭୂସ୍ଖଳନ, କାଦୁଅ ଏବଂ ବଡ଼ ବଡ଼ ପଥର ପାହାଡରୁ ଖସିଛି । ଫଳରେ ୧୧୧ଟି ସଡ଼କ ବନ୍ଦ ରହିଛି । ଅନେକ ନଦୀର ଜଳସ୍ତର ବଢି ଲଗାତାର ବିପଦ ଦେଖାଦେଇଛି । ପ୍ରଶାସନ ପକ୍ଷରୁ ଯାତ୍ରୀ ଏବଂ ଲୋକଙ୍କୁ ସତର୍କ ରହିବା ସହିତ ଅନାବଶ୍ୟକ ଯାତ୍ରାରୁ ବଞ୍ଚିବା ପାଇଁ ଅପିଲ୍ କରାଯାଇଛି ।

ରାଜ୍ୟରେ ହେଉଥିବା ଲଗାତାର ବର୍ଷା ଏବଂ ପାହାଡି ରାସ୍ତାରେ ଭୂସ୍ଖଳନ ବିପଦ ବଢିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଚାରଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଏସବୁ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ପାଣିପାଗ ସାମାନ୍ୟ ହେବା ସହିତ ମାର୍ଗ ସୁରକ୍ଷିତ ଘୋଷଣା ହେବା ପରେ ଯାତ୍ରା ପୁଣି ଆରମ୍ଭ ହେବ ।

ଉତ୍ତରାଖଣ୍ଡ ପାଣିପାଗ ବିଭାଗ ପକ୍ଷରୁ ୨୯ ଜୁଲାଇରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ କରାଯାଇଛି । ଏହାଛଡା ୩୦ ଜୁଲାଇ ପାଇଁ ବାଗେଶ୍ବର, ନୈନିତାଲ, ଚମ୍ପାବତ ଏବଂ ପିଥୋରଗଡ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତରକାଶୀ, ଡେରାଡୁନ, ପୌଡି, ଟିହରି ଏବଂ ନୈନିତାଲରେ ୟୋଲୋ ଆଲର୍ଟ ଜାରି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ଲୋକମାନଙ୍କୁ ସତର୍କତାର ସହିତ ରହିବାକୁ ପରାମର୍ଶ ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଡେରାଡୁନର ମାଲଦେବତା, ଜୋଲିଗ୍ରାଣ୍ଟ, ମସୁରୀ, ଉଖୀମଠ, ଡିଡିହାଟ, ମୋହକମପୁର, ଧନୋଲ୍ଟି, ହଲଦାନୀରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଏହାସହିତ ନଦୀନାଳ ଜଳସ୍ତର ବଢିବାରେ ଲାଗିଛି । ରୁଦ୍ରପ୍ରୟାଗରେ ମନ୍ଦାକିନୀ ଏବଂ ଅଳକାନନ୍ଦା ନଦୀର ଜଳସ୍ତର ବଢିଛି । ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଏନେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଏସଡିଆରଏଫ, ପୋଲିସ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ପ୍ରଶାସନ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରିଛି । ଆଗାମୀ ୪୮ ଘଣ୍ଟା ଉତ୍ତରାଖଣ୍ଡ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *