Spread the love

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ । ପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକ ତ୍ରୁଟିକୁ ନେଇ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।  ବିଜେଡି ଦୁଇରୁ ତିନି ସପ୍ତାହ ହେବ ହେବ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛି।

ଧର୍ମେନ୍ଦ୍ରଙ୍କ ରାସ୍ତା ନିତ୍ୟାନନ୍ଦ ଗଣ୍ଡ ଆପଣାନ୍ତୁ ବୋଲି ନବୀନ କହିଛନ୍ତି। ସେହିପରି କଂଗ୍ରେସ କହିଛି, ଇସ୍ତାଫା ଦିଅ, ନଚେତ ଓଡିଶା ବନ୍ଦ । ଯଦି ଗଣଶିକ୍ଷା ମନ୍ତ୍ରୀ ଇସ୍ତାଫା ନ ଦିଅନ୍ତି ତେବେ ଓଡିଶା ବନ୍ଦ ନେଇ ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ ।  ଅନ୍ୟପଟେ ବିରୋଧୀଙ୍କ ଇସ୍ତଫା ଦାବି ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ୨୪ ବର୍ଷରେ ଅନେକ ପ୍ରଶ୍ନ ପତ୍ର ଲିକ ହୋଇଥିଲା, ଅନେକ ବିଭ୍ରାଟ ହୋଇଥିଲା । ହେଲେ କେହି ଇସ୍ତଫା ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ନବୀନ ବାବୁ ପ୍ରଥମେ ଉଦାହରଣ ସୃଷ୍ଟି କରନ୍ତୁ ବୋଲି କହିଛି ବିଜେପି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।  24 ବର୍ଷରେ ଅନେକ ପ୍ରଶ୍ନ ପତ୍ର ଲିକ ହୋଇଥିଲା, ଅନେକ ବିଭ୍ରାଟ ହୋଇଥିଲା, ହେଲେ କେହି ଇସ୍ତଫା ଦେଇଥିଲେ କି ?  ନବୀନ ବାବୁ ପ୍ରଥମେ ଉଦାହରଣ ସୃଷ୍ଟି କରନ୍ତୁ ।  ଧର୍ମେନ୍ଦ୍ର ବାବୁ ଇସ୍ତଫା ଦେଇ ତ୍ୟାଗର ଉଦାହରଣ ରଖିଛନ୍ତି।   ନିଟ ପ୍ରଶ୍ନପତ୍ର ଲିକ ମାମଲାରେ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *