Spread the love

ଭୁବନେଶ୍ବର: ପରାମର୍ଶଦାତାଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଆଶ୍ୱସ୍ତି । ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ପାରିଶ୍ରମିକର ଅବଧି ୩ ମାସକୁ ବୃଦ୍ଧି ଗରାଗଲା । ଏହି ବ୍ୟବସ୍ଥାର ଅବଧିକୁ ୨୦୨୬ ଜୁଲାଇ ୧ରୁ ବଢ଼ାଇ ୨୦୨୬ ଅକ୍ଟୋବର ୧ ପର୍ଯ୍ୟନ୍ତ କରାଯାଇଛି ।

ଏହାଫଳରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ସେମାନଙ୍କ ପାରିଶ୍ରମିକ ପ୍ରଦାନର ପଥ ପରିଷ୍କାର ହୋଇଛି । ରାଜ୍ୟପାଳଙ୍କ ଆଦେଶକ୍ରମେ ଅର୍ଥ ବିଭାଗର ଯୁଗ୍ମ ସଚିବ ଅନିଲ କୁମାର ପୁରୋହିତ ଅଫିସ୍‌ ମେମୋରାଣ୍ଡମ୍‌ ଜାରି କରିଛନ୍ତି । ଏହାର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ବିଭାଗକୁ ପଠାଯାଇଥିବା ବେଳେ ବିଭାଗୀୟ ୱେବସାଇଟ୍‌ ରେ ଏହାକୁ ଅପଲୋଡ୍‌ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଜାରି ହୋଇଥିବା କୁହାଯାଇଛି ଯେ, ୨୦୨୫ ଜୁଲାଇ ୩୧ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଏହି ଶ୍ରେଣୀର ନିଯୁକ୍ତି ପାଇଁ ଲାଗୁ ଥିବା ବ୍ୟବସ୍ଥା ୨୦୨୬ ଜୁଲାଇ ୧ ପର୍ଯ୍ୟନ୍ତ ବଳବତ୍ତର ଥିଲା । ବର୍ତ୍ତମାନ ସରକାର ଏହି ଅବଧିକୁ ଆଉ ତିନି ମାସ ବୃଦ୍ଧି କରି ୨୦୨୬ ଅକ୍ଟୋବର ୧ ପର୍ଯ୍ୟନ୍ତ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ୨୦୨୬ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପରାମର୍ଶଦାତା, ପିଏମୟୁ, ଟିଏସୟୁ ଏବଂ ଅନ୍ୟ ସମାନ ପ୍ରକାରର ସଂସ୍ଥାମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇପାରିବ। ଏଥିପାଇଁ ସମସ୍ତ ବିଭାଗକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ଅନୁମତି ଦେଇଛି ।

 

Leave a Reply

Your email address will not be published. Required fields are marked *