Spread the love

ଆଠଗଡ଼ : ଲଗାଣ ବର୍ଷା ପରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡ ବୀର କିଶୋରପୁର ଅଞ୍ଚଳରେ ଦେଖାଦେଇଛି ଜଳବନ୍ଦୀ ସମସ୍ୟା । ଘର ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଲଗାଣ ବର୍ଷାରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କିଶୋର ପୁରରେ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ଘରେ ଚୂଲି ଜଳୁନି। ନା ଶୁଣୁଛି ପ୍ରଶାସନ ନା ମିଳୁଛି ସହାୟତା । ବାରମ୍ୱାର ଅଭିଯୋଗ ପରେ ମଧ୍ଯ ଫଳ ଶୂନ ।

ଘର ବାହାରେ ନୁହେଁ, ବରଂ ଘର ଭିତରେ ମଧ୍ୟ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିଛି । ଫଳରେ ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନ କାଟୁଛନ୍ତି । ଘର ଭିତରେ ପାଣି ପଶିବା ଯୋଗୁଁ ରୋଷେଇ କରିବା ସମ୍ଭବ ହେଉନାହିଁ । ଅନେକ ପରିବାରର ଚୁଲି ଜଳୁନଥିବା ବେଳେ ଖାଦ୍ୟ ପାଇଁ ମଧ୍ୟ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘରର ଆସବାବପତ୍ର, ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପାଣିରେ ନଷ୍ଟ ହେବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *