Spread the love

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ । ସ୍ୱୟଂ ସହାୟକ ଗୋଷ୍ଠୀର ବିଲ୍ ପାସ୍ ପାଇଁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଓଏଭି ପ୍ରଧାନଶିକ୍ଷକ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୀତାକାନ୍ତ ରଣା । ୨୦୨୬-୨୭ ଆର୍ଥିକ ବର୍ଷର ୩ ମାସର ପରିମଳ କାମ ବାବଦରେ ବକେୟା ବିଲ୍ ପାସ୍ କରିବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କଠାରୁ ପ୍ରଧାନଶିକ୍ଷକ ସୀତାକାନ୍ତ ରଣା ୧୦ ହଜାର ଲାଞ୍ଚ ଦାବି କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଲ୍ ପାସ୍ ନକରି ଲାଞ୍ଚ ଦେବାକୁ ଚାପ ପକାଇଥିଲେ।

ଏନେଇ ସମ୍ପୃକ୍ତ ଏସଏଚଜି କର୍ମକର୍ତ୍ତା ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସୀତାକାନ୍ତଙ୍କୁ ଧରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *