ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଅର୍ଥାତ୍ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଏବଂ ଦାବିଗୁଡ଼ିକର ସମାଧାନ ପ୍ରକ୍ରିୟା ସେପ୍ଟେମ୍ବର ୨ ତାରିଖରେ ସରିବ। ଏହି ଯାଞ୍ଚ ପରେ ସେପ୍ଟେମ୍ବର ୬, ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ନୂଆ ନାମ ଯୋଡିବା କିମ୍ବା କୌଣସି ତ୍ରୁଟି ସୁଧାରିବା ପାଇଁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯାଇଥିଲା। ଉକ୍ତ ଆବେଦନଗୁଡ଼ିକର ଯାଞ୍ଚ ଓ ସମାଧାନ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର ୬, ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। SIR ପ୍ରକ୍ରିୟାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଇଛନ୍ତି ସୂଚନା।
ସୂଚନା ଅନୁସାରେ ୫୮ ଲକ୍ଷ ଲୋକଙ୍କୁ ନୋଟିସ୍ ଦିଆଯାଇଛି ବୋଲି କହିଲେ ସିଇଓ। ମ୍ୟାପିଂ ହୋଇ ନଥିବା ୧୨ ଲକ୍ଷ ଓ ତ୍ରୁଟି ପାଇଁ ୪୬ ଲକ୍ଷ ଲୋକଙ୍କୁ ଦିଆଯାଇଛି ନୋଟିସ୍। ବିଏଲ୍ଓଙ୍କ ଦ୍ବାରା ନୋଟିସ୍ ଜାରି କରାଯାଉଛି, ଯାହା କାଗଜ ଅଛି ଦେବେ। ନୋଟିସ୍ ପାଇବା ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଆବଶ୍ୟକ କାଗଜପତ୍ର ଦେଲେ ନିଜେ ଆସିବା ଦରକାର ନାହିଁ। ଯଦି ଆବଶ୍ୟକ ହେବ ଭିଡିଓ କଲ୍ କରି ERO ସେମାନଙ୍କ ଠାରୁ ବିବରଣୀ ନେବେ। ଗତ ୫ରୁ ଏଯାବତ୍ ୨୬ ହଜାର ୭୪୫ଟି ଫର୍ମ ୬ ପାଇଛୁ ବୋଲି କହିଲେ ସିଇଓ।