Spread the love

ଭଦ୍ରକ : ମଟର ସାଇକେଲ ଉପରେ ଚଢି ଗଲା ହାଇୱା ଟ୍ରକ । ଦୁଇ ଜଣ ମୃତ,ଜଣେ ଗୁରୁତ୍ୱର ।  ଏମିତି ଦୁଖଦଃ ଘଟଣା ଦେଖିବାକୁ ମିଳିଛି, 16 ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଗୋପବନ୍ଧୁପୁର ଛକ ନିକଟରେ ।  ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଆମ୍ପର ଅଞ୍ଚଳରୁ ଏକ ମଟର ସାଇକେଲ ଯୋଗେ ଦୀପକ ଦାସ, ଅଜୟ ଶବର ଓ ତାଙ୍କ ସାଙ୍ଗ  ଭଦ୍ରକ ମେଡିକାଲକୁ ଜନ୍ମଗତ ପ୍ରମାଣ ପତ୍ର ନେବା ପାଇଁ ଆସିଥିଲେ ।  ମେଡିକାଲ କର୍ତ୍ତୃପକ୍ଷ ମନା କରି ଦେବାରୁ,ସେମାନେ ଘରକୁ ଫେରି ଯାଉଥିଲେ ।  ଗୋପବନ୍ଧୁପୁର ଛକ ନିକଟରେ ଏକ ସାଇକେଲ ଦୋକାନ ପାଖରେ ଗାଡ଼ି ଛିଡା କରି ଜଣେ ପରିସ୍ରା ଯାଇଥିବା ବେଳେ ଦୀପକ ଓ ଅଜୟ ଗାଡ଼ି ପାଖରେ ଛିଡା ହୋଇଥିଲେ ।

ହାଇୱା ଟ୍ରକଟି ଜୋରରେ ଆସି ସେମାନଙ୍କ ଉପରେ ଚଢି ଯାଇଥିଲା ।  ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି ।  ଏହି ଘଟଣା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା  ।  ଘଟଣା ସ୍ଥଳରେ ଦମକଳ ବାହିନୀ ଓ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ।

ଗ୍ରାମାଞ୍ଚଳ ପୋଲିସ ହାଇୱା ଟ୍ରକଟିକୁ ଜବତ କରିବା ସହ ଉଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରୁଛି  ।  ଫଳରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ପ୍ରାୟ 2 ଘଣ୍ଟା ଧରି ବନ୍ଦ ରହିଥିଲା ।  ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ଓ ତହସିଲଦାର ପହଂଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ 30 ହଜାର ଟଙ୍କା  ସହାୟତା ଦେବା ସହିତ ଆବଶକୀୟ ଅନ୍ୟାନ୍ୟ ସହାୟତା ମୃତକଙ୍କ ପରିବାରକୁ ଦିଆଯିବ ବୋଲି ଘୋଷଣା କରିବା ପରେ ଉତ୍ତେଜନା ଥମିଥିଲା ।  ତେବେ ମୃତକଙ୍କ ପରିବାର ଲୋକମାନେ କିନ୍ତୁ ଏଥିରେ ସହମତି ନ ହୋଇ 50 ଲକ୍ଷ ର ସହାୟତା ଦେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *