Spread the love

କଟକ:କଟକରେ ଚାଞ୍ଚଲ୍ୟ । ପୁରୀଘାଟ ଥାନା ଅନ୍ତର୍ଗତ ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ । କେହି ଦୁର୍ବୃତ୍ତ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୁଣ୍ଡ କାଟି ଶବକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ମୁଣ୍ଡବିହୀନ ମୃତଦେହ ଥିବାରୁ ମୃତକଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସୂଚନାଥାଉକି, ଆଜି ସ୍ଥାନୀୟ ଲୋକେ କାଠଯୋଡ଼ି ପଠାରେ ଏକ ମୁଣ୍ଡବିହୀନ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏଭଳି ଦୃଶ୍ୟ ଦେଖି ଭୟଭୀତ ହୋଇପଡ଼ିଥିବା ସ୍ଥାନୀୟ ବାସିନ୍ଦା ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପୁରୀଘାଟ ଥାନା ପୋଲିସ ତୁରନ୍ତ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଖୋଳତାଡ଼ ଆରମ୍ଭ କରିଛି । ପୋଲିସ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାସ୍ଥଳରୁ ପ୍ରମାଣ ଯୋଗାଡ଼ କରିବାକୁ ପ୍ରୟାସ କରୁଛି । ପୋଲିସର ପ୍ରଥମ ଲକ୍ଷ୍ୟ ହେଉଛି ଆଖପାଖ ଅଞ୍ଚଳରୁ କଟା ମୁଣ୍ଡକୁ ଖୋଜି ବାହାର କରିବା ଏବଂ ମୃତକଙ୍କୁ ଚିହ୍ନଟ କରିବା ।

ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ଦୃଷ୍ଟିରୁ ସ୍ପଷ୍ଟଭାବେ ଜଣା ପଡୁଛି । ଅନ୍ୟ କେଉଁଠି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଦେହକୁ ନଦୀ ପଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

 

Leave a Reply

Your email address will not be published. Required fields are marked *