Spread the love

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଉମରିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଛି କାର୍ । ଭୟଙ୍କର ଧକ୍କା ଯୋଗୁଁ ଗୋଟିଏ ପରିବାରରର ୪ ଜଣଙ୍କ ଜୀବନ ଚାଲିଯାଇଛି ।

ଖବର ମୁତାବକ, ଆଜି ସକାଳେ କୋତିୱାଲି ଥାନା ଅନ୍ତର୍ଗତ ଭରୋଲା ଗାଁ ନକିକଟରେ ଏକ କାର ରାସ୍ତାରେ ଠିଆ ହୋଇଥିବା ଟ୍ରକ କୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଇଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ, ଜଣେ ମହିଳା ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାରେ ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ତୁରନ୍ତ ସିପିଆର ଏବଂ ପ୍ରାଥମିକ ଚିକିତ୍ସା ଦେଇ ଜୀବନ ବଞ୍ଚାଇଛନ୍ତି । ମହିଳାଙ୍କ ଅବସ୍ଥା ସ୍ଥିର ରହିଛି । ମହିଳାଙ୍କ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଜବଲପୁର ରେଫର କରାଯାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *