Spread the love

ସୁନ୍ଦରଗଡ: ଚାକିରି କରାଇ ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ସଦର ମହାନ୍ତିପଡ଼ାର ଉମା ନାୟକ ଓ ତାଙ୍କ ସ୍ୱାମୀ ଲିଙ୍ଗରାଜ ନାୟକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ସମ୍ପର୍କୀୟ ଝିଆରୀ ଭାନୁମତୀ ନାୟକ ତାଙ୍କ ଝିଅଙ୍କୁ କୋର୍ଟରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଦୁଇଟି କିସ୍ତିରେ ୨ ଲକ୍ଷ ଟଙ୍କା ଲେଖାଏଁ ମୋଟ ୪ ଲକ୍ଷ ଟଙ୍କା ନଗଦ ନେଇଥିଲେ । ଦୀର୍ଘ ଦିନ ବିତିଥିଲେ ମଧ୍ୟ ଚାକିରି ନହେବାରୁ ବାରମ୍ବାର ଟଙ୍କା ଫେରାଇବା ପାଇଁ କହିଥିଲେ । ହେଲେ ଟଙ୍କା ଫେରାଇ ନଥିଲେ । ପରେ ଉଭୟ ସ୍ୱାମୀ-ସ୍ତ୍ରୀ ବଣାଇରେ ଥିବା ଭାନୁମତୀ ନାୟକଙ୍କ ବାସଭବନକୁ ଯାଇ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉମାଙ୍କୁ ଧମକ ସହ ମାରପିଟ ଏବଂ ଠେଲାପେଲା କରାଯାଇଥିଲା । ଘଟଣା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ବଣାଇ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏନେଇ ପୋଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *