Spread the love

ଭୁବନେଶ୍ୱର : ମହଙ୍ଗା ପଡିଲା ସିଏମ ଓ ପିଏମଙ୍କ ଫଟୋକୁ ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପ୍ରଦର୍ଶନ । ବ୍ୟଙ୍ଗାତ୍ମକ ଢଙ୍ଗରେ ଦେଶର ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତି ଙ୍କୁ ପ୍ରଦର୍ଶିତ କରିବା ମହଙ୍ଗା ପଡ଼ିଛି।କଟକ ଜଗତପୁର ର ଜଣେ ଇଲେକ୍ରିସିଆନ କୁ ଗିରଫ କଲା ସାଇବର ଥାନା। ଅଭିଯୁକ୍ତ ବିଶ୍ବଜିତ ସାହୁ କୁ ଗିରଫ ସହ ବ୍ୟବହାର କରୁଥିବା ମୋବାଇଲ୍ ଜବତ ।

ସିଏମ ଓ‌ ପିଏମ ଙ୍କ ଫଟୋ କୁ ଏ ଆଇ ଜରିଆରେ ଅଶ୍ଳିଳ ଭାବେ ପ୍ରଦର୍ଶିତ କରୁଥିଲେ ।ଏନେଇ ଦିର୍ଘ ଏକ ମାସ ଏମ ଡ଼ଟ୍ ଆର ଅଣ୍ଡର ସ୍କୋର ବିଶ୍ବ ଅଣ୍ଡର ସ୍କୋର ନାଁରେ ଅଶ୍ଳୀଳ ପ୍ରଦର୍ଶନ କରି ଏଭଳି ନଜରକୁ ଆସିଥିଲେ।ସୋସିଆଲ ମିଡ଼ିଆ ପାଟ୍ରୋଲି ଜରିଆରେ ଏସବୁ ନଜର ଆସିବା ପରେ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରି ଟ୍ରାକ କରାଯାଉଥିଲା।

ଏନେଇ ଅଭିଯୁକ୍ତ ବିଶ୍ବଜିତ ସାହୁ ର ଖବର ପାଇ ସିଷ୍ଟମ ରେ ଟ୍ରାକ କରି  ଜଗତପୁର କଟକ ରୁ ତାକୁ ଗିରଫ କରାଯାଇଛି।ଯେଉଁ ଡିଭାଇସରେ ଏଭଳି ଫଟୋ ଏଡିଟ କରୁଥିଲା ସେନେଇ ସେ ମୋବାଇଲ୍ ଜବତ କରାଯାଇଛି।ସେ ଜଣେ ଇଲେକ୍ଟ୍ରିସିଆନ ହୋଇଥିବା ବେଳେ ନିଜର ସୋସିଆଲ ମିଡ଼ିଆ ଭିୟୁ ପାଇଁ ଏପରି କରୁଥିଲା।

Leave a Reply

Your email address will not be published. Required fields are marked *