ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ବାଘ ଆତଙ୍କ । କିମ୍ଭିରିପଡା ନିକଟସ୍ଥ କଂସାରୀ ନଈ ପାଖରେ ବୁଲୁଛି ବାଘ । ମାଆ ବାଘ ସହିତ ଦୁଇଟି ଛୁଆ ବାଘ ବୁଲୁଥିବା ସୂଚନା । ଆଜି ସକାଳେ କଂସାରୀ ନଈ ପାଖରେ ୩ଟି ବାଘ ବୁଲୁଥିବା ଲୋକେ ଦେଖିଥିବା ସୂଚନା । ବାଘ ବୁଲୁଥିବା ଦେଖି ଲୋକେ ଆତଙ୍କିତ ।
ସୂଚନା ଅନୁସାରେ, ସକାଳ ସମୟରେ କଂସାରୀ ନଈ ନିକଟକୁ କିଛି ଗ୍ରାମବାସୀ ଯାଇଥିବାବେଳେ ସେମାନେ ଦୂରରୁ ତିନୋଟି ବାଘ ବୁଲୁଥିବା ଦେଖିଥିଲେ। ସେଥିରେ ଗୋଟିଏ ବଡ଼ ବାଘ ଓ ଦୁଇଟି ଛୋଟ ଶାବକ ଥିବା କୁହାଯାଉଛି । ବାଘମାନଙ୍କୁ ଦେଖି ଲୋକେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ ଏବଂ ଅନ୍ୟମାନଙ୍କୁ ସତର୍କ କରିଥିଲେ । ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବିଶେଷକରି ନଈ ପାର୍ଶ୍ୱକୁ ଯିବା, ଚାଷଜମିରେ କାମ କରିବା ଓ ଜଙ୍ଗଲ ନିକଟକୁ ଯିବାକୁ ଲୋକେ ଭୟ କରୁଛନ୍ତି। ଗ୍ରାମବାସୀ ବନବିଭାଗକୁ ତୁରନ୍ତ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।