Spread the love

ଭୁବନେଶ୍ବର: ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ୨୫ ଦିନ ଧରି ମୌସୁମୀ ଅଧିବେଶନ ଚାଲିବ । ଅଗଷ୍ଟ ୧୩ ତାରିଖରେ ଶେଷ ହେବ । ୨୦୨୬ ବର୍ଷର ସଂସଦୀୟ କାର୍ଯ୍ୟସୂଚୀ ଅନୁସାରେ, ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତାରିଖ ଗୁଡ଼ିକୁ ମଞ୍ଜୁରୀ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି ।

ଏହି ସମୟରେ ଲୋକସଭା ଓ ରାଜ୍ୟସଭାର ବୈଠକ ବସିବ । ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ବେଳେ ଦେଶର ବିଭିନ୍ନ ଆଭ୍ୟନ୍ତରୀଣ ସମସ୍ୟା, ନୂତନ ବିଲ୍ ଓ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଉପରେ ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ବିତର୍କ ଓ ଆଲୋଚନା ହେବାର ସମ୍ଭାବନା ରହିଛି । ବିରୋଧୀ ଦଳ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ମୌସୁମୀ ବର୍ଷାର ଅଭାବ ଭଳି ଲୋକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *