Spread the love

ଭୁବନେଶ୍ବର: ମୁକୁଳା ଡ୍ରେନରେ ଭାସିଗଲେ ଯୁବକ। ଭୁବନେଶ୍ବର ବାଣୀବିହାର ସ୍ଥିତ ପଥରବନ୍ଧ ବସ୍ତିରେ ଅଭାବନୀୟ ଘଟଣା। ଅଳିଆ ଗୋଟାଇବା ବେଳେ ଡ୍ରେନରେ ପଡିଯାଇଥିଲେ।  ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପହଞ୍ଚିଲେ ବିଏମସି ମେୟର।

ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ମୁକୁଳା ଡ୍ରେନ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଶନିବାର ବାଣୀବିହାର ଅଞ୍ଚଳ ସ୍ଥିତ ପଥରବନ୍ଧ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ଅଳିଆ ଗୋଟାଉଥିବା ବେଳେ ଅସାବଧାନତାବଶତଃ ମୁକୁଳା ଡ୍ରେନରେ ପଡ଼ି ଭାସିଯାଇଥିବା ସୂଚନା ମିଳିଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନା ଦେଖାଦେଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଯୁବକ ଜଣକ ଡ୍ରେନ ନିକଟରେ ଅଳିଆ ସଂଗ୍ରହ କରୁଥିବା ସମୟରେ ହଠାତ୍ ସନ୍ତୁଳନ ହରାଇ ଡ୍ରେନ ଭିତରକୁ ଖସି ପଡ଼ିଥିଲେ । ବର୍ଷା ପାଣିର ପ୍ରବଳ ସ୍ରୋତ ଯୋଗୁଁ ସେ ମୁହୂର୍ତ୍ତକ ମଧ୍ୟରେ ଭାସିଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ ।

Leave a Reply

Your email address will not be published. Required fields are marked *