ବାଲେଶ୍ବର: ଘରୋଇ ମେସ୍ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଲେ ୪ ଜଣ ଛାତ୍ର । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ । ଘରୋଇ ମେସ୍ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି କାରଣରୁ ସମସ୍ତ ୪ ଛାତ୍ର ମେସ୍ ଛାଡ଼ି ନିଖୋଜ ଥିବା ପୋଲିସ ଆଗରେ ଅଭିଯୋଗ କରିଛନ୍ତି ବାପା ମାଆ ମାନେ ।
୨ ଜଣ ଦଶମ, ଜଣେ ଷଷ୍ଠ ଓ ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି । ତେବେ ଏବିଷୟରେ ମେସ୍ ମାଲିକ ଦେଇଥିବା ମନ୍ତବ୍ୟ ଓ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ମେଳ ଖାଉନଥିବାବେଳେ, ସନ୍ଦେହକୁ ଆହୁରି ବଢାଇ ଦେଇଛି ।