Spread the love

ରାଜସ୍ଥାନ: ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରକୁ ଧକ୍କାଦେଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ, ୨୨ଜଣ ଗୁରୁତର । ୩୯ ଯାତ୍ରୀଙ୍କୁ ନେଇ ହରିଦ୍ବାରରୁ ଇନ୍ଦୋର ଯାଉଥିବା ବେଳେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଳିଗଲା ବସ୍ । ଆହତଙ୍କୁ ଗ୍ରୀନ କରିଡର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ମୁତାବକ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଯାତ୍ରୀବାହୀ ବସ୍ ଟ୍ରେଲରକୁ ଧକ୍କା ଦେବା ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍ ଭିତରେ ଆଉ କିଛି ଯାତ୍ରୀ ଫସିଥିବା ଆଶଙ୍କା କରାଯାଉଛି । ଦୁଘର୍ଟଣା ସକାଳ ୩.୨୦ରେ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି ।

ପୋଲିସ କହିବା ମୁତାବକ, ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ହୋଇଥାଇପାରେ । ତଥାପି ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି । ବସ୍ ଦ୍ରୁତି ଗତିରେ ଆସୁଥିବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥାଇପାରେ । ସ୍ଥାନୀୟ ଲୋକମାନେ ଦୁର୍ଘଟଣାରେ ପୀଡିତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *