Spread the love

ଭୁବନେଶ୍ୱର : ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା କପଡ଼ା ଦୋକାନ। ଜଳିଗଲା ୧୫ରୁ ଅଧିକ ଲୁଗା ଦୋକାନ । ଦୀର୍ଘ ସମୟ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହୀନି । ଆଜି ଭୋରରୁ ଭୁବନେଶ୍ୱର ଦୁଇ ନମ୍ବର ମାର୍କେଟରେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନିଆଁ ଲିଭାଇବା ପାଇଁ ୪ଟି ଦମକଳ ବାହିନୀ ନିୟୋଜିତ ଥିଲା । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଖବର ପାଇ ଅଗ୍ନିଶମ ବାହିନୀର ଚାରିଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। କପଡ଼ା ଦୋକାନରେ ନିଆଁ ଲାଗିବ ଦ୍ୱାରା ଦ୍ରୁତ ଗତିରେ ବ୍ୟାପିଯାଇଥିଲା । ଦୀର୍ଘ ସମୟର କଠିନ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ । କାରଣ ଜାଣିବା ପାଇଁ ଅଗ୍ନିଶମ ବିଭାଗ ଓ ସମ୍ପୃକ୍ତ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ କୌଣସି ଜୀବନହାନି ଘଟିନଥିବା ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *