Spread the love

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗତ କିଛି ମାସ ଧରି ଲଗାତାର ସୁନା ଓ ରୁପାର ମୂଲ୍ୟ ବଢିଚାଲିଥିଲା। ଗ୍ରାହକଙ୍କ ଚିନ୍ତାର ବିଷୟ ପାଲଟିଥିଲା ସୁନା ଦର। ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବରୁ ରେକର୍ଡ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର ଦାମ ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି। ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।

ଆଜି ମଙ୍ଗଳବାର ସପ୍ତାହର ପ୍ରଥମ ଦିନରେ ସୁନା ରୁପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆନ ବୁଲିଅନ୍ସ ଅନୁସାରେ ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୮୫ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୪ ହଜାର ୨୭୪ ଟଙ୍କା ଓ ୨୦ କ୍ୟାରେଟ୍ ର ମୂଲ୍ୟ ୧୧ ହଜାର ୮୯୫ ଟଙ୍କା ରହିଛି। ଗତ କିଛି ଦିନ ଧରି ବଜାର ଅସ୍ଥିର ଥିଲା, କିନ୍ତୁ ଆଜି ଉଭୟ ସୁନା ଏବଂ ରୁପା ମୂଲ୍ୟରେ ପରିବର୍ତ୍ତନ ଆସିଛି।

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୦୭୩ ଟଙ୍କା ରହିଛି। ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୪ ହଜାର ୨୬୧ ଟଙ୍କା ଓ ୨୦ କ୍ୟାରେଟ୍ ର ମୂଲ୍ୟ ୧୧ ହଜାର ୮୮୪ ଟଙ୍କା ରହିଛି। ସେହିପରି ରୂପା ଦର ୨ ଲକ୍ଷ ୩୬ ହଜାର ୨୩୦ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାର ଏବଂ ମୁଦ୍ରାସ୍ଫୀତି ଯୋଗୁଁ ରୂପା ଦରରେ ଲଗାତାର ପରିବର୍ତ୍ତନ ଦେଖିବାକୁ ମିଳୁଛି।

 

Leave a Reply

Your email address will not be published. Required fields are marked *