Spread the love

ଢେଙ୍କାନାଳ : ଢେଙ୍କାନାଳ, ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ରର ମୃତ ଦେହ ଠାବ। ଢେଙ୍କାନାଳ ସହର ରାମେଶ୍ୱରପୁର ଓଭରବ୍ରିଜ୍ ନିକଟରୁ ଏକ ଜରି ବ୍ୟାଗ୍ ଭିତରୁ ମିଳିଛି ମୃତ ଦେହ । କେହି ଜାଣିଶୁଣି ନବଜାତ ଶିଶୁପୁତ୍ରକୁ ଫିଙ୍ଗି ପଳାଇଥିବା ଅନୁମାନ କରାଯାଉଛି। ଆଜି ଏଭଳି ସ୍ଥିତି ସ୍ଥାନୀୟ ବାସିନ୍ଦା ଦେଖିବା ପରେ ଟାଉନଥାନା ପୋଲିସ କୁ ଖବର ଦେଇଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଆମ୍ବୁଲାନ୍ସ ସହାୟତାରେ ମୃତଦେହ ଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *