Spread the love

କଳାହାଣ୍ଡି : କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ବାଇପାସ୍ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ହାଇୱାକୁ ପିଟିଲା BMW କାର୍ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବଲାଙ୍ଗୀର ଜିଲ୍ଳା ଟିଟିଲାଗଡର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ । ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି । କାରଟି ହରିୟାଣାର ବୋଲି ଜଣାପଡିଛି । ଦୁଇଟି ଗାଡିକୁ ଜବତ କରି ତଦନ୍ତ କରୁଛି ପୋଲିସ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣା ବାଇପାସରେ ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ପଛକୁ ପିଟିଥିଲା ବିଏମଡବ୍ଲୁ କାର । ଦୁର୍ଘଟଣା ଏତେ ଭୟଙ୍କର ଥିଲା କାରଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା । ଚାଳକ ଓ ଅନ୍ୟ ଜଣେ କାରରେ ଚାପି ହୋଇ ରହିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାରକୁ କାଟି ମୃତଦେହ ଉଦ୍ଧାର କରିଛନ୍ତି l ଅନ୍ୟପଟେ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *