କଲକାତା : ବଢିଲା ମମତାଙ୍କ ଅଡୁଆ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମସ୍ୟା ବଢି ଚାଲିଛି। ଗୋଟିଏ ପଟେ ବିଧାନସଭା ନିର୍ବାଚନରେ ଏକ ବଡ଼ ପରାଜୟ ପରେ ଦଳ ଭିତରେ ଏକ ବଡ଼ ବିଭାଜନ ହୋଇଥିଲା ଏବଂ ଅନେକ ନେତା ଦଳ ଛାଡି ଦେଇଥିଲେ। ଏସବୁ ମଧ୍ୟରେ ମମତା ବାନାର୍ଜୀଙ୍କୁ ଏବେ ଆଉ ଏକ ଝଟକା ଲାଗିଛି। ଏକ ଭାଷଣ ସମୟରେ ସାମ୍ପ୍ରଦାୟିକ ଭାବନାକୁ ଉସୁକାଇବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି।
ହରେ ଷ୍ଟ୍ରିଟ୍ ପୁଲିସ ଷ୍ଟେସନରେ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ ହୋଇଛି। ଘୃଣାପୂର୍ଣ୍ଣ ଭାଷଣ ପାଇଁ ଏହି ମାମଲା ରୁଜୁ ହୋଇଛି। ୨୦୨୬ ମସିହାରେ ଏକ ରାଜନୈତିକ ଭାଷଣରେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେବା ପାଇଁ ଏହି ମାମଲା ରୁଜୁ ରୁଜୁ ହୋଇଛି।