Spread the love

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ଦେୟ ମୁକ୍ତ ହେବ। ସେହିପରି ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ। ଅର୍ଥାତ୍ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେୟ ମୁକ୍ତ ଶିକ୍ଷା ମିଳିବ। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ। ଏଭଳି ନିଷ୍ପତ୍ତ ନେବାରେ ଓଡ଼ିଶା ପ୍ରଥମ।
ସେହିପରି ଆଗାମୀ ଦିନରେ ୩୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରତିବର୍ଷ ୧୦ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି।
ଭତ୍ତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଭତ୍ତା ସମସ୍ୟା ସମାଧାନ ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି। ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ହିତାଧିକାରୀ ଭତ୍ତା ପାଇଛନ୍ତି। ଭତ୍ତା ସମସ୍ୟା କେନ୍ଦ୍ରର। ଟେକ୍ନିକାଲ ଦୃଷ୍ଟିକୋଣରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ବତନ୍ତ୍ର ଭାବେ ଯୋଡାଯାଉଛି, ସେଥିପାଇଁ ଟିକେ ବିଳମ୍ବ ହେଉଛି। ଗୋଟିଏ ମାସ ଯଦି ପାଇନାହାନ୍ତି ଏକ ସଙ୍ଗେ ଭତ୍ତା କିପରି ପାଇବେ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏହାସହ ସେ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି। ପଶ୍ଚିମ ବଙ୍ଗ ସରକାରଙ୍କୁ ଚିଠି ଲେଖିଲା ପରେ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବା ଏକ ବଡ଼ ଉପଲବ୍ଧି। ଏହା ଡବଲ ଇଞ୍ଜିନର ସଫଳତା। ରେଳ ପ୍ରକଳ୍ପରେ ୯୦ ହଜାର କୋଟି, ସଡ଼କ ପଥରେ ୮୦ ହଜାର କୋଟି ପୁଞ୍ଜି ନିବେଶ ହୋଇଛି। ସେହିପରି କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ, ଭୁବନେଶ୍ବର, କଟକ, ପୁରୀ, ପାରାଦୀପ ଅର୍ଥନୀତି କରିଡର୍ ଗଠନ ନେଇ ପ୍ଲାନ ହୋଇଛି। ଗ୍ରେଟର୍ ଭୁବନେଶ୍ବର ଗଠନ ଲକ୍ଷ୍ୟ ହିଁ ଡବଲ ଇଞ୍ଜିନ ସରକାର ସଫଳତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *