ଭୁବନେଶ୍ବର: ଆୟକର କର୍ମଚାରୀ ମହାସଂଘର ଓଡ଼ିଶା ଶାଖା ପକ୍ଷରୁ ଏହାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଚଳିତ ବର୍ଷ ମଇ ୨୦ ତାରିଖ ଠାରୁ ସମଗ୍ର ଦେଶରେ ଆୟକର କର୍ମଚାରୀ ମହାସଂଘ ପ୍ଲାଟିନମ୍ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ଆଜି ଓଡ଼ିଶାରେ ଏକ ସଚେତନତା ପଦଯାତ୍ରା (ୱାକାଥନ୍)ଅନୁଷ୍ଠିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ, ଓଡିଶା ଆୟକର ପେନ୍ସନ ସଂଘର ଉପ ସଭାପତି ତଥା ପୂର୍ବତନ ପ୍ରଧାନ ଆୟକର ଆୟୁକ୍ତ ଶରତ କୁମାର ଦାଶ ଅତିଥି ଭାବେ ଯୋଗ ଦେଇଥିଲେ ସବଜୁପତକା ଦେଖାଇଥିଲେ। ପଦଯାତ୍ରା ଭୁବନେଶ୍ବର ଆୟକର ଭବନ ପରିସର ସଂଘ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ବାଣୀବିହାର ଛକ ଓ ଜନପଥ ଦେଇ ସତ୍ୟନଗର ପରିକ୍ରମା କରିବା ପରେ ପୁଣି ସଂଘ କାର୍ଯ୍ୟାଳୟକୁ ଫେରିଥିଲା।
ଏଇ ପଦଯାତ୍ରାରେ ଓଡିଶା ଆୟକର ଗେଜେଟେଡ୍ ଅଧିକାରୀ ସଂଘର ସଭାପତି ଚନ୍ଦନ କୁମାର ଘଡ଼ାଇ, ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଦ୍ୟାଧର ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଓଡିଶା ଆୟକର ପେନ୍ସନ ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।
ଆୟକର କର୍ମଚାରୀ ମହାସଂଘର ସଭାପତି ଧୀରେନ୍ଦ୍ର କୁମାର ସାହୁ ମହାସଂଘର ଦୀର୍ଘ ୭୫ ବର୍ଷର ଗାରିମାମୟ ଇତିହାସ ତଥା ସଂଘର୍ଷମୟ ଯାତ୍ରା ଏବଂ ସମସ୍ତ କର୍ମଚାରୀମାନଙ୍କ ନିଃସର୍ତ୍ତ ସମର୍ଥନ ସମ୍ବନ୍ଧରେ ବକ୍ତବ୍ୟଦେଇଥିଲେ। ଉପସ୍ଥିତ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ଏମ. କ୍ରୀଷ୍ଣା ସାଇ, ଉପସଭାପତି ଲଳିତ କୁମାର ପଣ୍ଡା, ତହସିଲ ଭୋଇ, ଅତିରିକ୍ତ ସଚିବ ତ୍ରିଲୋଚନ ମଲ୍ଲିକ ସମେତ ସମସ୍ତ କର୍ମକର୍ତ୍ତା, ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।